
କବିସୂର୍ଯ୍ୟନଗର , ୧୩/୦୫/୨୨ ( ଜିଲ୍ଲା ଖବର ) : ଗତ ୨୭ ତାରିଖ ରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଙ୍କ
ଅବହେଳାରୁ ୭ ବର୍ଷ ଶିଶୁ ର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଉଥିଲା l

ମୃତକ ଙ୍କ ପରିବାର କୁ ନ୍ୟାୟ, ଘଟଣା ର ସିବିଆଇ ତଦନ୍ତ ସହିତ ମେଡ଼ିକାଲରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଆଜି ଘୁମୁସର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମେଡିକାଲ ଆଗରେ ଗଣଧାରଣା ଦିଆଯାଇଥିଲା l

ଯୁବ ମୋର୍ଚା ସଭାପତି ପ୍ରମୋଦ ପଣ୍ଡା ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆଇବି ଛକ ଠାରୁ ରାଲିରେ ବାହାରି ମେଡିକାଲ ଠାରେ ପହଞ୍ଚି ଫାଟକ ସାମ୍ନାରେ ଧାରଣା ଦେଇଥିଲେ l

ଯୁବମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଦାବି ଗୁଡିକ ଯେଉଁଦିନ ପର୍ଯ୍ୟନ୍ତ ସରକାର ପୁରଣ ନ କରିଛନ୍ତି ସେପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତାର ଆନ୍ଦୋଳନ ଜାରିରଖିବା ନେଇ ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଥିବା ବେଳେ ଏହି ଧାରଣାରେ ବିଜେପି ଯୁବମୋର୍ଚ୍ଚା ବହୁ ଆଗଧାଡିର ନେତା ଓ କର୍ମୀ ଉପସ୍ଥିତ ରହିଥିଲେ l



