
ପଟୀଗୁଡ଼ା,୧୧/୦୫/୨୨ ( ଜିଲ୍ଲା ଖବର ) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଟିଗୁଡ଼ା ଗ୍ରାମ ରେ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ଆମ୍ବା ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି ।ଏହା ୦୫/୦୫/୨୦୨୨ ରିଖ ଗୁରୁବାର ଠାରୁ ଆରମ୍ଭ ହୋଇ ୧୧/୦୫/୨୦୨୨ ବୁଧବାର ଅନୁଷ୍ଠିତ ହୋଇଯାଇଅଛି।


ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ସାତ ଦିନ ଧରି ପାଳିତ ହୋଇଥିଲା । ପ୍ରଥମ ଦିବସ ରେ ଏହି ଜଳ ଯାତ୍ରା ,ଅଙ୍କୁରାରୋପଣ ଏବଂ ଦ୍ଵିତୀୟ ଦିନରେ ରତ୍ନ ମୁଦ ,ନାମ ଯଜ୍ଞ ,ଅନ୍ନ ଯଜ୍ଞ ଏବଂ ତୃତୀୟ ଦିନରେ ସାଲା ସଂସ୍କାର ,ସୂର୍ଯ୍ୟ ପୂଜା ,ହୋମ ,ଦେବୀ ମହା ସ୍ନାନ



ରାତ୍ର ଦେବୀ ଙ୍କ ଜୀବ ନ୍ୟାସ ଏବଂ ଚାତୁର୍ଥ ଦିନ ଦେବୀ ଙ୍କ ଗ୍ରାମ୍ୟ ଭ୍ରମଣ ସିଂହାସନ ଆରୋହଣ ଏହି ପରି ଭାବେ ହୋମ ପୂଜା ହୋଇ ସପ୍ତମ ଦିନ ପୂର୍ଣ୍ଣାହୁତି ,ଅନ୍ନ ଯଜ୍ଞ ,ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି।



ଏଥିରେ ଉପଦେଷ୍ଟା ଭାବେ ପଣ୍ଡିତ ଶ୍ରୀ କାହ୍ନୁ ଚରଣ ପାଠୀ,ପୁରୋହିତ ଶ୍ରୀ ଦୁର୍ଗା ମାଧବ ପଣ୍ଡା, ମହନ୍ତ ଶ୍ରୀ ପଦ୍ମ ଲୋଚନ ରାମାନୁଜ ଦାସ,ରାଜା ସାହେବ ଶ୍ରୀ ଶ୍ରୀ ବିରକିଶୋର ଅନଙ୍ଗଭୀମ ଦେବ କେଶରୀ ଗଜପତି ଯୋଗ ଦେଇଥିଲେ ।



ସାନଖେମୁଣ୍ଡି ରୁ ରଞ୍ଜନ କୁମାର ସେଠୀଙ୍କ ରିପୋର୍ଟ ଜିଲ୍ଲା ଖବର।


