Home ଅପରାଧ ଭାଲୁ ଆକ୍ରମଣରେ ଜଣେ ଗୁରୁତର।

ଭାଲୁ ଆକ୍ରମଣରେ ଜଣେ ଗୁରୁତର।

66


ଗଞ୍ଜାମ , ୧୦/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ମୁଜାଗଡ଼ ବନାଞ୍ଚଳ ଗହପଦର ଗାଁ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଗୁରତର।ଗୁରୁତର ଜଣକ ହେଲେ ଗହପଦର ଗ୍ରାମର ପ୍ରମୋଦ ଭୋଇ।

ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ସ୍ୱାମୀ ସ୍ତ୍ରୀ ମିଶି ଗାଁ ନିକଟ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ ବୁଦା ମୂଳରୁ ଭାଲୁ ବାହାରି ଆକ୍ରମଣ କରିବାକୁ ଗୋଡ଼ାଇ ଥିଲା।

କୌଶଳ କ୍ରମେ ନିଜ ଜୀବନ ବଞ୍ଚାଇବାକୁ ସ୍ୱାମୀ ସ୍ତ୍ରୀ ଦୁହେଁ ଗଛ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ। ସ୍ତ୍ରୀ ଗଛକୁ ଉପରକୁ ଚଢି ନିଜକୁ ରକ୍ଷା କରିଥିବା ବେଳେ ସ୍ୱାମୀ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ହାତ ଓ ଜଙ୍ଘକୁ ଭାଲୁ କାମୁଡି ରକ୍ତାକ୍ତ କରିଥିବାରୁ ସେ ଗୁରୁତର ହୋଇଥିଲେ।

ଫଳ ସ୍ଥାନୀୟ ଲୋକେ ପ୍ରମୋଦକୁ ଉଦ୍ଧାର କରି ପ୍ରଥମେ ଗାଲେରୀ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରି ଭଞ୍ଜନଗରରେ ଭର୍ତ୍ତି କରିଥିଲେ। ହେଲେ ସେଠି ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର।