
ବେଲଗୁଣ୍ଠା, ୧୦/୦୫/୨୨ ( ଜିଲ୍ଲା ଖବର ) : ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଆଠ ନମ୍ବର୍ ୱାର୍ଡ୍ ରେ ମୋ ୱାର୍ଡ୍ ବୈଠକ ଅନୁଷ୍ଠିତ ହୋଇଯାଇଛି I

ଏହି ବୈଠକରେ ନବ ନିର୍ବାଚିତ ନଗରପାଳ ଫିରୋଜ କୁମାର ସେଠୀ, ଉପନଗରପାଳ ଟି.ବବିତା କୁମାରୀ, ଆଠ ନମ୍ବର୍ ୱାର୍ଡ୍ କାଉନସିଲର୍ ପ୍ରଗତି ପାତ୍ର ଏବଂ କାର୍ଯ୍ୟ ନିର୍ବାହି ଅଧିକାରୀ ଏସ୍ ରାକେଶ କୁମାର ପତ୍ର ଉପସ୍ଥିତ ରହି ୱାର୍ଡ୍ ର କଂସାରୀ ସାହି ଏବଂ ଶାସନ ସାହିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ I

ଏଥିରେ ପାନୀୟ ଜଳ, ବିଦ୍ୟୁତ୍ ଯୋଗାଣ, ସାଗର ବନ୍ଧରେ ପାର୍କ ନିର୍ମାଣ,ଅଙ୍ଗନୱାଡ଼ି କାର୍ଯ୍ୟ,କୋଠଘର ନିର୍ମାଣ ଏବଂ ସ୍ଵଚ୍ଛତା ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହି ଅବସରରେ ଜିଲ୍ଳା ସ୍ତରରେ ସମ୍ମାନୀତ ହୋଇଥିବା ସାନିଟେସନ୍ ସୁପରଭାଇଜର ପାୟଲ ମହାପାତ୍ରଙ୍କୁ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ I
ବେଲଗୁଣ୍ଠାରୁ ଶିବରାମ ଚୌଧୁରୀଙ୍କ ରିପୋର୍ଟ ଜିଲ୍ଲା ଖବର।


