Home ଆଞ୍ଚଳିକ ରାସ୍ତା ଶିଘ୍ର ତିଆରି କରିବା ପାଇଁ ବିଡ଼ିଓଙ୍କୁ ଜଣାଇଲେ ପିଣ୍ଟୁ ମିଶ୍ର।

ରାସ୍ତା ଶିଘ୍ର ତିଆରି କରିବା ପାଇଁ ବିଡ଼ିଓଙ୍କୁ ଜଣାଇଲେ ପିଣ୍ଟୁ ମିଶ୍ର।

71

ନବରଙ୍ଗପୁର , ୦୯/୦୫/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ଦୋହଣା ଗ୍ରାମ ପଞ୍ଚାୟତ ଅନ୍ତଗତ ଅଣ୍ଟାସର ଠାରୁ ପଣସପଦର ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥା ହୋଇପଡିଛି ଏହି ରାସ୍ତା ପ୍ରାୟ ତିନି କିଲୋମିଟର ରହିଛି l

ମେଟାଲ ବାହାରି ପଡିଛି,ମାଟି ଧଇଁ ହେଵା ଯୋଗୁଁ ଦୁଇ ପାର୍ଶ୍ଵ ରାସ୍ତା ସଂକୁଚିତ ହେବାରେ ଲାଗିଛି l ଯାତ୍ରୀ ଯିବାଆସିବା ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକ କୁ ସଂଯୋଗ କରୁଥିବା ଓ କମ ବାଟ ପଡୁଥିବାରୁ ଦିନକୁ ଶହ ଶହ ଲୋକ ଏହି ବାଟ ଦେଇ ଯିବାଆସିବା କରିଥାନ୍ତି l ବହୁ ଦିନ ଧରି ଏମିତି ପଡିରହିଥିବା ବେଳେ କାହାର ଦୃଷ୍ଟି ପଡୁ ନ ଥିବାର ଅଭିଯୋଗ ଆଣିଛନ୍ତି ।

ଲୋକେ ଶୁଣିବାପରେ ପରେ ଜିଲ୍ଳା ପରିଷଦ ଜୋନ ୨ ଶ୍ରୀ ପିଣ୍ଟୁ ମିଶ୍ର ରାସ୍ତାର ଅନୁଧ୍ୟାନ କରି ନନ୍ଦାହାଣ୍ଡି ବିଡିଓ,ଜିଲ୍ଲାପାଳ ନବରଙ୍ଗପୁର ଓ ପ୍ରକଳ୍ପ ନିର୍ଦ୍ଦେଶକ ଡି ଆର ଡ଼ିଏ ଙ୍କୁ ଫୋନ ମାଧ୍ୟ୍ୟମରେ ତୁରନ୍ତ ସମାଧାନ ନିମନ୍ତେ ଜଣାଇଥିବା ଏବଂ ଶୀଘ୍ର ତିଆରି କରାଯିବା ନେଇ ବିଡିଓ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଶ୍ରୀ ମିଶ୍ର ।