Home ଆଞ୍ଚଳିକ ଅଧକିଲୋ ପ୍ଲାଷ୍ଟିକ ବଦଳରେ ମିଳିବ ଆହାର ଗଜପତି ଜିଲ୍ଲା ପ୍ରଶାସନର ପ୍ଲାଷ୍ଟିକ ମୁକ୍ତ ପ୍ରୟାସ ।

ଅଧକିଲୋ ପ୍ଲାଷ୍ଟିକ ବଦଳରେ ମିଳିବ ଆହାର ଗଜପତି ଜିଲ୍ଲା ପ୍ରଶାସନର ପ୍ଲାଷ୍ଟିକ ମୁକ୍ତ ପ୍ରୟାସ ।

74


ପାରଳାଖେମୁଣ୍ଡି (ଜିଲ୍ଲା ଖବର ) : ପ୍ଲାଷ୍ଟିକକୁ ବନ୍ଧ କରିବା ପାଇଁ ସରକାର ଘୋଷଣା କରିବାପରେ ଏହାର ବ୍ୟବହାର କିଛି ମାତ୍ରାରେ ହ୍ରାସ ପାଇଛି। କିନ୍ତୁ ସମ୍ପୂର୍ଣ୍ଣ ବନ୍ଦ ହୋଇପାରି ନାହିଁ। ତେଣୁ ଏ ନେଇ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ପ୍ରଶାସନ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଅଧକିଲୋ ପ୍ଲାଷ୍ଟିକ ବଦଳରେ ମିଳିବ ଆହାର କେନ୍ଦ୍ରରେ ଗୋଟିଏ ଟୋକେନ୍ ଯାହାକି ଆଜି ଠାରୁ ଆରମ୍ଭ ହୋଇଛି। ଏହି ଯୋଜନାକୁ ଉଦଘାଟନ କରିଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ସ୍ଥାନୀୟ ବସ୍ ଷ୍ଟାଣ୍ଡ ପରିସରରେ ଥିବା ଆହାର କେନ୍ଦ୍ରରେ ଏହି ଯୋଜନା ଶୁଭାରମ୍ଭ ହୋଇଛି। ଅନ୍ୟ ତମ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲାପାଳ ଅନୁପମ ଶାହା ମଧ୍ଯ ଉପସ୍ଥିତ ରହି ପ୍ଲାଷ୍ଟିକ ଦେଇ ଟୋକେନ୍ ଗ୍ରହଣ କରିବା ସହ ଆହାର କେନ୍ଦ୍ରରେ ଭାତ ଡାଲମା ଖାଇଥିଲେ। ଏହା ଦ୍ଵାରା ଲୋକ ଆହାର ପାଇବା ସହ ସହରକୁ ପ୍ଲାଷ୍ଟିକ ମୁକ୍ତ କରାଯାଇପାରିବ ବୋଲି ମନ୍ତ୍ରୀ ଜଗନ୍ନାଥ ସାରକା ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ପୈାରପରିଷଦର ନିର୍ବାହି ଅଧିକାରୀ ଅଶୋକ କୁମାର ରାଉତଙ୍କ ସମେତ ସମସ୍ତ ପୈାରପରିଷଦର କର୍ମଚାରୀ ଉପସ୍ଥିତି ଥିଲେ।

ରିପୋର୍ଟ – ପ୍ରଭାତ କୁମାର ପାତ୍ର