
ହିଞ୍ଜିଳିକାଟୁ , ୦୮/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ଆମ୍ବ ତୋଟାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କାରଣ ଅସ୍ପଷ୍ଟ l ଗତକାଲି ଠାରୁ ଦୁହେଁ ନିଖୋଜ ଥିଲେ l ଆତ୍ମହତ୍ୟା କରିଥିବା ଯୁବକଙ୍କ ପରିଚୟ ଶେରଗଡ଼ ବ୍ଲକ ବାରସିଙ୍ଗ ଗ୍ରାମର ବିନ ଗୌଡ଼ଙ୍କ ପୁଅ ମୁନା ଗୌଡ଼ l


ଛାତ୍ରୀ ଜଣଙ୍କ ଗତକାଲି ଦଶମ ପରୀକ୍ଷା ଦେଇ ନିଖୋଜ ଥିଲେ l ଯୁବତୀ ଜଣଙ୍କ ଶେରଗଡ଼ ଥାନା ଇଲାକାର ଛଦ୍ମନାମ ବୋଲି ଜଣାପଡିଛି l ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ ଜାରି ରଖିଛି l ଦୁହେଁ କୌଣସି କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଠ ଜଣାପଡିନଥିବା ବେଳେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି l



ଆଜି ସକାଳୁ ସକାଳୁ ଏକ ମଇଁଷି ଚରାଳୀ ଦୁହ୍ନିଙ୍କ ମୃତ ଦେହ ଦେଖି ସ୍ଥାନୀୟଲୋକଙ୍କୁ ଖବର ଦେଇଥିଲେ l ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ ଜାରିରଖିଛି l ଝିଅର ସ୍କୁଲ ଡ୍ରେସ ମଧ୍ୟ ଜବତ ହେଇଛି l
ଗଞ୍ଜାମରୁ ଅଖିଳ କୁମାର ପଟ୍ଟନାୟକ
ଗଞ୍ଜାମରୁ ଅଖିଳ କୁମାର ପଟ୍ଟନାୟକ



