
ସୋରଡା , ୦୮/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ସୋରଡା ଥାନା ରସିକଯୋଡି ଜଙ୍ଗଲ ରେ ଥିବା ନଦୀ କୂଳରୁ ଅଜଣା ଯୁବକ ଗୁରୁତ୍ବର ଅବସ୍ଥାରେ ଉଦ୍ଧାର ।ପରିଚୟ ଅସ୍ପଷ୍ଟ ।ମେଡିକାଲ ରେ ଭର୍ତ୍ତି ।


ସୂଚନା ମୁତାବକ ଆଜି ଜଣେ ଗାଈ ଚରାଳି ଗାଈ ଚରାଉ ଥିବା ସମୟରେ ଅଚେତ ଅବସ୍ଥାରେ ଯୁବକ ପଡିଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଅଗ୍ନିଶମ ବାହିନୀ ପହଁଚି ଦୀର୍ଘ ଏକ କିଲୋମିଟର ଅନ୍ଧାର ରାସ୍ତାରେ ଚାଲି ଯିବା ପରେ ଯୁବକକୁ ଉଦ୍ଧାର କରି ସୋରଡା ମେଡିକାଲରେ ଭର୍ତି କରିଥିଲେ।

ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପୂର୍ଣ୍ଣ ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଯୁବକ ଜଣକ କେଉଁ ଅଂଚଳର କେଉଁ କାରଣରୁ ସେ ଗୁରୁତର ଅବସ୍ଥାରେ ପଡ଼ିଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି।ଘଟଣା ସ୍ଥଳରୁ ଏକ ଚଦର,ବ୍ୟାଗ ମିଳିଛି।

କିନ୍ତୁ ଯୁବକର କୌଣସି ପରିଚୟ ପତ୍ର ପୋଲିସ ପାଇ ପାରିନି। ସୋରଡା ପୋଲିସ ଘଟଣାର ତଦନ୍ତ କରି ଯୁବକର ପରିଚୟ ଜାଣିବା ପାଇଁ ଚେଷ୍ଟା କରୁଛି।



