
ଯାଜପୁର , ୦୮/୦୫/୨୨ ( ଜିଲ୍ଲା ଖବର ) : କଟକରୁ ଭଦ୍ରକ ଅଭିମୁଖେ ଯାଉଥିବା ଜୟଦୁର୍ଗା ବସ ଟି ଟ୍ରାୟାର ଫାଟି ଯିବାରୁ ବଡ଼ଚଣା ପ୍ଲାଏ ଓଭର ବ୍ରିଜ ଉପରୁ ଭାରାଶାମ୍ୟ ହରାଇ ତଳକୁ ଖସି ପଡିଛି । ବସ୍ ରେ ୪୦ ଉର୍ଦ୍ଧ୍ବ ଯାତ୍ରୀ ଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣା ରେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ପ୍ରଥମେ ବଡ ଚଣା ଗୋଷ୍ଟି କେନ୍ଦ୍ର ରେ ଭର୍ତ୍ତି କରଯାଇଥିଲା ବେଳେ, ଗୁରୁତର ଆହତଙ୍କୁ କଟକ ବଡ ଡାକ୍ତର ଖାନା କୁ ପଠାଯାଇ ଥିବା ସୂଚନା ମିଳିଛି। ବଡ଼ଚଣା ଥାନା ୧୬ ନମ୍ବର ଜାତୀୟ ରାଜପଥ ଓଭର ବ୍ରିଜ ଉପ ରୁ ତଳକୁ ଖସି ପଡିଛି ଜୟ ଦୁର୍ଗା ନାମକ ଘରୋଇ ବସ,ଯାହାର ନମ୍ବର OD-5-0-2174 ଜଣା ପଡ଼ିଛି। ବସ ଟି ବିଳମ୍ବିତ ରାତ୍ରିରେ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

ବସର ସାମ୍ନା ସମ୍ପୂର୍ଣ ନଷ୍ଟ ହୋଇଯାଇ ଥିବା ଦେଖିବାକୁ।ମିଳିଛି l ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।
ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର l



