
ବାଲିପଦର ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବାଲିପଦର ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସଫଳତା ।
ବର୍ତ୍ତମାନ ଝିଅ ମାନେ ପ୍ରତ୍ୟେକ କ୍ଷେତ୍ରରେ ବହୁତ ଆଗରେ ଥିବା ବେଳେ ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ସାନ୍ତରାପୁର ଗ୍ରାମର ଦେବରାଜ ସ୍ୱାଇଁ ଙ୍କ ଝିଅ ରୂପେଲି ସ୍ୱାଇଁ ଶତକଡ଼ା ୭୩%ରଖିଥିବା ବେଳେ ପାଣ୍ଡିଆ ପଥର ଗ୍ରାମର ସଦାଶିବ ରଣାଙ୍କ ଝିଅ ବସୁନ୍ଧରା ରଣା ୭୨.୨%,ବଣବାଲି ଗ୍ରାମର ଚିତ୍ରସେନ ନାହାକ ଙ୍କ ଝିଅ ଶିବାନୀ ନାହାକ ଶତକଡା ୬୭.୮% ରଖି ଗୌରବ ବଢାଇଥିବା ବେଳେ ବିଜୁ ଯୁବ ସଶକ୍ତିକରଣ ଯୋଜନା ମାଧ୍ୟମରେ ଯୋଗ୍ୟ ବିବେଚିତ ଉପରୋକ୍ତ ସମସ୍ତଙ୍କୁ ଲ୍ୟାପଟପ୍ ପ୍ରଦାନ କରାଯାଇଥିଲା ।ତତସହିତ କଲେଜ ତରଫରୁ କୃତୀ ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଲେଜ ର ଚ୍ୟାୟରମ୍ୟାନ ବୃନ୍ଦାବନ ମହାନ୍ତିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଅଧ୍ୟାପିକା ସ୍ୱପ୍ନାରାଣୀ ସାମନ୍ତରାୟ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଅଭିଭାବକ ଏବଂ ଛାତ୍ରୀ ଉପସ୍ଥିତ ରହି କଲେଜ ପାଇଁ ଗୌରବ ଆଣିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଯାହାକି ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଥିଲା ।
ରିପୋର୍ଟ ରତ୍ନାକର ଶିଅ ।



