Tuesday, October 13, 2026
Home ଅପରାଧ ମିସ୍ତ୍ରୀ ର ସାମାନ୍ୟ ଭୁଲ ଯୋଗୁଁ ୨୦ମିଟର ଗାଡ଼ୱାଲ ଭୁଷୁଡ଼ିଲା।

ମିସ୍ତ୍ରୀ ର ସାମାନ୍ୟ ଭୁଲ ଯୋଗୁଁ ୨୦ମିଟର ଗାଡ଼ୱାଲ ଭୁଷୁଡ଼ିଲା।

109


କୋଦଳା , ୦୭/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଦିବାନ ବନ୍ଧର ଗାର୍ଡୱାଲ ଗତକାଲି କାଳବୈଶାଖୀ ଓ ଅତ୍ୟାଧିକ ବର୍ଷା କାରଣରୁ ଭୁଷୁଡ଼ି ପଡିଛି। ଖବର ନେବାରୁ ଜଣା ପଡିଛିକି ମା ରତନୀ ଏସ ହେଛ ଜି ଗ୍ରୁଫ କୁ ୧୦ଲକ୍ଷ୍ୟ ଟଙ୍କାରେ ମୁକ୍ତା ଯୋଜନା ତରଫରୁ ଏହି କାମ କରିବାପାଇଁ ମଞ୍ଜୁରୀ ମିଳିଥିଲା ।

କିନ୍ତୁ ମିସ୍ତ୍ରୀ ସେଇ ଗାର୍ଡୱାଲ ରେ ପାଣି ନିଷ୍କାସନ ପାଇଁ ପାଇପ ଦେଇନଥିବା ଫଳରେ ଅତ୍ୟାଧିକ ବର୍ଷା କାରଣରୁ ପ୍ରାୟ ୨୦ମିଟର ୱାଲ ଭୁଷୁଡ଼ି ପଡିଛି ।
ଏହା କୁ ନେଇ ଏନଏସି ର କାର୍ଯ୍ୟନିର୍ବାବାହୀ ଯନ୍ତ୍ରୀ ସୁଧାକର ଦାଶ କାମ କରିଥିବା ଗ୍ରୁପ କୁ ତାଗିତ କରିବା ସହ ଆଗାମୀ ୧୦ଦିନ ମଧ୍ୟରେ କାମ ସାରିବାକୁ ନିର୍ଦ୍ଧେଶ ଦେଇଛନ୍ତି।

ଏହାକୁ ନେଇ ଏବେ ବିଜେପି ହିନ ରାଜନୀତି କରୁଥିବାରୁ ସାଧାରଣରେ କଟୁ ବଚନ ଶୁଣିବାକୁ ମିଳୁଛି ବିଜେପି କୁ।


ବର୍ତ୍ତମାନ ଯୋଉ ଗାର୍ଡ ୱାଲ ଟି ଭୁଷୁଡିଛି ତାହାର ଯାହା ଖର୍ଚ୍ଚ ହେବ ନିଜେ ସେଇ ଗ୍ରୁପ୍ ହିଁ କରିବେ ବୋଲି କହି ଛନ୍ତି କାର୍ଯ୍ୟନିର୍ବାହିଁ ଯନ୍ତ୍ରୀ।