
ଭଞ୍ଜନଗର ,୦୭/୦୫/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ଆଜି ପ୍ରଥମ ପଞ୍ଚାୟତ ସମିତି ସାଧାରଣ ବୈଠକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।


ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଦଳଗତ ନିର୍ବିଶେଷରେ ଓଡିଶା ସରକାର ଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା କିଭଳି ଭାବେ ଜନସାଧାରଣ ଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଆନ୍ତରିକ ଉଦ୍ୟମ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଭଞ୍ଜନଗର ବ୍ଲକ ଅଧିନସ୍ଥ ଗ୍ରାମ ପଞ୍ଚାୟତ ମାନଙ୍କ ବିଭିନ୍ନ ଉନ୍ନତି ମୂଳକ କାମ ବିଷୟରେ ଆଲୋଚନା କରିବା ସହ ଭଞ୍ଜନଗର ବ୍ଲକ କୁ ଏକ ସୁଦୃଢ ଓ ବିକଶିତ ବ୍ଲକ ରୂପେ କିପରି ପରିଣତ ହେବ ମାନ୍ୟବର ମନ୍ତ୍ରୀ ସମସ୍ତ ସରପଞ୍ଚ ସମିତି ସଭ୍ୟ,ସମିତି ସଭ୍ୟା ଓ ଜିଲ୍ଲାପରିଷଦ ସଦସ୍ୟ, ସଦସ୍ୟା ଙ୍କୁ ଉଦବୋଧନ ଦେଇଥିଲେ।


ଏଥିରେ ଭଞ୍ଜନଗର ପଞ୍ଚାୟତ ସମିତି ର ଅଧ୍ୟକ୍ଷ, ଉପାଧ୍ୟକ୍ଷା ଭଞ୍ଜନଗର ବି.ଡି.ଓ,ସାଂସଦ ପ୍ରତିନିଧି,ଭଞ୍ଜନଗର ବ୍ଲକ ଅଧିନସ୍ଥ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ଜିଲ୍ଲାପରିଷଦ ସଦସ୍ୟ,ସଦସ୍ୟା, ବିଭିନ୍ନ ସରକାରୀ ଅଧିକାରୀ,ସମାଜସେବୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।


