
କବିସୂର୍ଯ୍ୟନଗର , ୦୪/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ର ୨ ନଂ ବିଦେଶୀ ମଦ ଦୋକାନ ନିକଟ ରୁ ଗତ ସୋମବାର ଦିନ କିଛି ଦୁବୃତ୍ତ ମଦ ଦୋକାନ ମ୍ୟାନେଜର ଙ୍କ ଠାରୁ ୮୨ ହଜାର ଟଙ୍କା, ଗୋଟିଏ ସୁନା ମୁଦି ଓ ରୁପା ବ୍ରେସଲେଟ ଜୋର ଜବରଦସ୍ତ ଲୁଟ କରି ଫେରାର ହୋଇଯାଇଥିଲେ l ଏହି ଘଟଣା କୁ ନେଇ ମ୍ୟାନେଜର ପିଣ୍ଟୁ ମଣ୍ଡଳ ଏକ ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ l

ଏତଲା ଆଧାର ରେ ପୋଲିସ ୧୭୬/୨୨ ରେ ଏକ ମାମଲା ରୁଜୁକରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଗଣେଷ ନାୟକ, ଅଜିତ ନାୟକ ଓ ଶ୍ରୀକାନ୍ତ ରାଓ ନାମକ ୩ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ଏହା ସହିତ ଲୁଟ ସମସ୍ତ ସାମଗ୍ରୀ ଓ ଟଙ୍କା ଅଭିଯୁକ୍ତ ମାନଙ୍କ ଠାରୁ ଜବତ କରାଯାଇଥିବା ସୂଚନା ଦେଇଛନ୍ତି କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ l



