Monday, October 12, 2026
Home ଆଞ୍ଚଳିକ ଆତ୍ମନିର୍ଭର କୃଷକ କାର୍ଯ୍ୟକ୍ରମ।

ଆତ୍ମନିର୍ଭର କୃଷକ କାର୍ଯ୍ୟକ୍ରମ।

54

ଧରାକୋଟ , ୦୪/୦୫/୨୨ ( ଜିଲ୍ଲା ଖବର ) ବ୍ରହ୍ମାକୁମାରୀ ଆସ୍କା ଶାଖା ପକ୍ଷରୁ ଧରାକୋଟ ଠାରେ ଆତ୍ମନିର୍ଭର କୃଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ମୁଖ୍ୟ ଅତିଥି, ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଯୌଗିକ ଉପାୟରେ ଫସଲ ଆଦାୟ କରି କୃଷକ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ।


ମୁଖ୍ୟ ଅତିଥି ଏହି ଅବସରରେ ଭାରତୀୟ କୃଷକ ଆଜି ତଳି ତଳାନ୍ତ ହୋଇଚାଲିଛି। ତେଣୁ ତାଙ୍କୁ ପୁଣିଥରେ ଉନ୍ନତି ଦିଗରେ ପହଞ୍ଚାଇବାକୁ ହେଲେ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ହେବା ବୋଲି କହିଥିଲେ।

ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟର ସଂଯୋଜକ ସତ୍ୟପ୍ରିୟ ଭାଇ, ଆସିକା ସେବାକେନ୍ଦ୍ର ର ସଂଚାଳିକା ପ୍ରଭାତୀ ଭଉଣୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ଧରାକୋଟ ସେବାକେନ୍ଦ୍ରର ସଂଚାଲିକା ଭାଗ୍ୟଲତା ଭଉଣୀ, ସୁମିତ୍ରା ଭଉଣୀ, ଲୀଲା ଭଉଣୀ, କାହ୍ନା ଭାଇ, ଯୋଗୀ ଭାଇ, ମଙ୍ଗୁଳୁ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।