
ବିଷମ କଟକ , ୦୪/୦୫/୨୨ (ଜିଲ୍ଲା ଖବର) : ପ୍ରଦୂଷଣ ନିୟମକୁ ଆଖି ଠାର। ୩୨୬ ରାଜ୍ୟ ରାଜପଥରେ ଚାଲିଛି ବେଆଇନ ପିଚୁ ହୋଟ୍ ପ୍ଲାଣ୍ଟ। ଦିନେ ନୁହେଁ କି ଦୁଇଦିନ ନୁହେଁ ଏଭଳି ବେଆଇନ ଭାବେ ବର୍ଷ ବର୍ଷ ଚାଲିଛି ଏଭଳି ବେଆଇନ ପିଚୁ ହୋଟ୍ ପ୍ଲାଣ୍ଟ। ଜିଲ୍ଲା ପ୍ରଶାସନ ର ଜାଣନ୍ତରେ ଏହି ହଟ୍ ପିଚୁ ଚାଲିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ରାଜ୍ୟ ରାଜପଥ କଡ଼ରେ ଚାଳିଛି ଏହି ପିଚୁ ହଟ୍ ପ୍ଲାଣ୍ଟ । ଦିନରେ ଏହି ପ୍ଳାଣ୍ଟ ରେ ଦୁଇ ନମ୍ବର ପିଚୁ ଟେଙ୍କର ଗାଡି ଲାଗିଛି। ଏହି ଦୁଇ ନମ୍ବର ପିଚୁ ଟେଙ୍କର ଗାଡିକୁ ରୋକିବା ପାଇଁ ବହୁ ଚେଷ୍ଟା କରିଥିଲେ ରାୟଗଡା pwd ଯନ୍ତ୍ରୀ ଶ୍ରୀ ଅରବିନ୍ଦ ପାଢୀ ହେଲେ ମଧ୍ୟ pwd ଏସ୍ ଡିଓ ଓ କନିଷ୍ଠ ଯନ୍ତ୍ରୀ ଙ୍କ କଥା କୁ ବେଖାତିର କରି ଏହି କାର୍ଯ୍ୟ କରୁଥିବା ଠିକାଦାର ଜେଇ ଓ ଏସ୍ ଡିଓ ଙ୍କ କୈଣସି କଥା ଶୁଣୁ ନଥିବା କହିଛନ୍ତି pwd ଜେଇ ଅରବିନ୍ଦ ପାଢୀ। ଶହେ ମିଟର ପାଖରେ ରହିଛ ଉପକାରାଗାର ତା ସାଙ୍ଗକୁ ପାଖରେ ରହିଛି ୩ ଖଣ୍ଡ ଆଦିବାସୀ ଗ୍ରାମ ,ପ୍ରତ୍ୟେକ ଦିନ ଏହି ପିଚୁ ହଟ୍ ପ୍ଲାଣ୍ଟ ରେ ବାହାରୁଛି ବିଷାକ୍ତ ଧୁଆ। ଏହି ବିଷାକ୍ତ ଧୂଆଁ ରେ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତି ଘଟୁଥିବା ଅଭିଯୋଗ ହୋଇଛି। ଏଭଳି ଏକ ବେନିୟମ ପିଚୁ ହଟ୍ ପ୍ଲାଣ୍ଟ ଚାଲିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଛାଞ୍ଚଡାଗୁଡ଼ା ପଞ୍ଚାୟତ ଅଧୀନରେ ଥିବା ୩୨୬ ରାଜ୍ୟ ରାଜପଥରେ କଡରେ। ବିଷମ କଟକରୁ ଥେରିବାଲି ପର୍ଯ୍ୟନ୍ତ ମୁଖ୍ୟ ରାଜ୍ୟ ରାଜପଥର ନୂତନ ରାସ୍ତା କାର୍ଯ୍ୟ ଚାଲୁଥିବା ବେଳେ କଳାହାଣ୍ଡି ଜିଲ୍ଲାର ଏହି କାର୍ଯ୍ୟର ଠିକାଦାର ଏଠାରେ ବେଆଇନ ଭାବେ ହଟ୍ ପିଚୁ ପ୍ଲାଣ୍ଟ ନିର୍ମାଣ କରିଛନ୍ତି। ଯେ କୌଣସି ସ୍ଥାନରେ ପିଚୁ ହୋଟ୍ ପ୍ଲାଣ୍ଟ ନିର୍ମାଣ କରିବା ପୂର୍ବରୁ ରାଜ୍ୟ ପ୍ରଦୂଷଣ ବିଭାଗ ନିକଟରୁ ଏହାର ଅନୁମତି ଆଣିବା ପରେ ପ୍ରଦୂଷଣ ବିଭାଗ ଅଧିକାରୀ ସେହି ପ୍ଲାଣ୍ଟର ପରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିବା ପରେ ପ୍ଲାଣ୍ଟ କୁ ମଞ୍ଜୁରୀ ଦେବାକଥା । ହେଲେ ଯେଉଁ ସ୍ଥାନରେ ଜନବସତୀ ସାଙ୍ଗ କୁ ଉପ କାରାଗାର ରହିଥିବା ସେହି ସ୍ଥାନରେ କେମିତି ପିଚୁ ହୋଟ୍ ପ୍ଲାଣ୍ଟ ନିର୍ମାଣ ହେଲେ ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ସେହି ପ୍ଲାଣ୍ଟର କର୍ମଚାରୀ ଙ୍କୁ ପ୍ରଦୂଷଣ ବିଭାଗର ଅନୁମତି ରହିଛି କି ନାହିଁ ତାହା ପଚାରିଲେ କୌଣସି ଉତ୍ତର ମିଳୁନାହିଁ। ଏଭଳି ଜନ ଗହଳି ସ୍ଥାନରେ ବେଆଇନ ଭାବେ ବର୍ଷ ବର୍ଷ ଧରି ପିଚୁ ହଟ୍ ପ୍ଲାଣ୍ଟ ଚାଲୁଥିବାରୁ ଏହାର ବିଷାକ୍ତ ଧୁଆଁରେ ଛାଞ୍ଚଡାଗୁଡ଼ା ପଞ୍ଚାୟତ ସମେତ ଚିନ୍ତାଳୀ ଗୁଡ଼ା ଓ ଫଟାମୁଣ୍ଡା ଭଳି ୩ ଖଣ୍ଡ ଗ୍ରାମର ଲୋକେ ନାନାପ୍ରକାର ରୋଗାକ୍ରାନ୍ତ ହେଉଥିବା ସ୍ଥାନୀୟ ସରପଞ୍ଚ ଚଞ୍ଚଳା ୱାଡାକା ଅଭିଯୋଗ କରିଛନ୍ତି।ସେହି ପରି ଉପକାରାଗାର ଠାରୁ ୧୦୦ ମିଟର ଦୁରରେ ବେଆଇନ ପିଚୁ ହଟ୍ ପ୍ଲାଣ୍ଟ ଯୋଗୁଁ ୧୪୭ ଜଣ ବିଚାର ଧୀନ କୈଦି ଓ ଜେଲ କର୍ମଚାରୀ ଅସୁବିଧାରେ ସମ୍ମୁଖିନ ହେଉଥିବା ଜେଲ ସୁପେରଟେଣ୍ଟ କିଶୋର କୁମାର ସିଂହ କହିଛନ୍ତି ଏବଂ ଏନେଇ ପ୍ରଦୂଷଣ ବିଭାଗ ନିକଟରେ ଅଭିଯୋଗ କରିବେ ବୋଲି ସେ କହିଛନ୍ତି। ପ୍ରଦୂଷଣ ବିଭାଗର କୌଣସି ଅନୁମତି ନ ଥାଇ ମଧ୍ୟ ଏଠାରେ ବର୍ଷ ବର୍ଷ ଧରି ହୋଟ୍ ପିଚୁ ପ୍ଲାଣ୍ଟ କେମିତି ଚାଳିଛି ତାକୁ ନେଇ ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଏହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ହଟ୍ ପ୍ଲାଣ୍ଟ ପାଖକୁ ଲାଗି ରହିଛି 3ଖଣ୍ଡ ଗ୍ରାମ ଓ ତା ସାଙ୍ଗକୁ କୌଇଦିଙ୍କ ଉପକାରାଗାର ତା ସାଙ୍ଗକୁ ରାଜ୍ୟ ରାଜପଥରେ ହଜର ହଜର ସଂଖ୍ୟାରେ ଯାତାୟାତ କରୁଥିବା ଲୋକଙ୍କ ପ୍ରତି ବିପଦ ଘାରିଛି। ଏହି ବିଷାକ୍ତ ଧୁଆଁର ଶିକାର ହୋଇ ନାନା ପ୍ରକାର ରୋଗର ଶିକାର ହେଇଥିବା ମତପ୍ରକାଶ ପାଇଛି। ଏଭଳି ଅଭିଯୋଗ କୁ ନେଇ ଆମେ ରାଜ୍ୟ ପ୍ରଦୂଷଣ ବିଭାଗର ଆଞ୍ଚଳିକ ମୁଖିଆ ଙ୍କୁ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କ ସହ କୌଣସି ପ୍ରକାର ଯୋଗାଯୋଗ ସମ୍ଭବ ହେଇପାରୁନାହିଁ। ଏଭଳି ଘଟଣା କୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇ ଏହି ବେଆଇନ ପିଚୁ ହୋଟ୍ ପ୍ଲାଣ୍ଟ ନିର୍ମାଣ ରେ ଯେଉଁ ସବୁ ସାମିଲ ହୋଇଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ନିବେଦନ କରିବା ସହ ଖୁବ ଶୀଘ୍ର ପିଚୁ ହୋଟ୍ ପ୍ଲାଣ୍ଟ କୁ ସେଠାରୁ ଉଛେଦ କରିବା ପାଇଁ ଦାବି କରିଛନ୍ତି ।


