
ବ୍ରହ୍ମପୁର, ୦୪/୦୫/୨୨ ( ଜିଲ୍ଲା ଖବର ) : ବ୍ରହ୍ମପୁର ସହର ଅନ୍ତର୍ଗତ ରେଭେନ୍ୟୁ ଆଇ.ବି ଠାରେ ସାହା ଓ ଏଫିକୋର ର ମିଳିତ ପ୍ରୟାସରେ ଦୁଇ ଦିନିଆ ପ୍ରାଦେଶିକ ସ୍ତରୀୟ କର୍ମଶାଳା ପରିବେଶର ସୁରକ୍ଷା ଓ ଯତ୍ନ ନେବା ବିଷୟକୁ ଆୟୋଜନ ଆରମ୍ଭ ହେଇଯାଇଛି । ସାହା ର ଉପସଭାପତି ଅମୀୟ ଡାକୁଆ ସମସ୍ତ ଉପସ୍ଥିତ ମେମ୍ବର କୁ ଶୁଭେଚ୍ଛା ଜଣାଇ କର୍ମଶାଳା କାର୍ଯ୍ୟକ୍ରମର ଆରମ୍ଭ କଲେ । ଯେଉଁଥିରେ ପୃଥିବୀକୁ କିପରି ଜଳ ବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଙ୍ଗରୁ ବଞ୍ଚାଇବା ଓ ଗଞ୍ଜାମ ଜିଲ୍ଲାରେ କିଭଳି ଏହାର ମୁକାବିଲା କରିପାରିବା ଏକ ବିସ୍ତୃତ ଆଲୋଚନା ହେଲା ।

ପରିବେଶକୁ ସୁରକ୍ଷା କରିବାକୁ ହେଲେ ବିକାଶ ନାଁରେ ଜଙ୍ଗଲକୁ କାଟିବା ବନ୍ଦ କରିବାକୁ ହେବ, ସହରୀ ସଭ୍ୟତାରୁ ମୁକ୍ତି ହୋଇ ଆମର ଖାଦ୍ୟ ପେୟର ନିୟନ୍ତ୍ରଣ, ସମୁଦ୍ର ଉପକୂଳରେ ପରିବେଶ ବିନାଶ କାରୀ ଯୋଜନାକୁ ରୋକ ଲଗାଇବା ଓ ଗମନାଗମନର ପ୍ରାକୃତିକ ସହାଭାଗିତା ଟେକ୍ନୋଲୋଜି ଯେମିତି ସୋଲାର, ଇଲେକ୍ଟ୍ରୋନିକ ବ୍ୟବହାର କରିବା, ଗାଁର ପରିବେଶକୁ, ଜୀବିକା, ଜୀବନ, ଜୀବଜନ୍ତୁକୁ ସୁରକ୍ଷା କରିବା, କିଭଳି ଲୋକେ ସହରାଭିମୁଖୀ ନ ହେଇ ଶିକ୍ଷା,ରୋଜଗାର, ବ୍ୟବସ୍ୟାୟ କୁ ମଜବୂତ କରିବା,ଶିକ୍ଷାନୁଷ୍ଠାନରେ ପରିବେଶ ସୁରକ୍ଷା ନିମନ୍ତେ ପାଠପଢ଼ା କାର୍ଯ୍ୟକ୍ରମରେ ଏହାକୁ ସାମିଲ କରିବା, ପ୍ରତ୍ୟେକ ବ୍ୟକ୍ତିକୁ ଆଗକୁ ଆସି ଏହାର ଦାୟିତ୍ୱ ନେବାକୁ ହେବ ତେବେ ଯାଇ ବାୟୁ ପ୍ରଦୂଷଣ, ପାଣି ପ୍ରଦୂଷଣ, ମାଟିର ଖୟକ୍ଷତିକୁ ବିଶେଷ ଭାବରେ ରୋକି ପାରିବା ଏହା ଚର୍ଚ୍ଚା ହେଲା ।

ସାହା ସଂଗଠନର ସଭାପତି ଲେନା ଚାନ୍ଦ କହିବା ଅନୁଯାୟୀ ଯଦି ଆଗାମୀ ଦିନରେ ପରିବେଶ ନ ବଞ୍ଚେ ତାହାହେଲେ କରୋନା ଭଳି ମହାମାରୀ ପୁଣି ବିଭିନ୍ନ ରୂପରେ ଆସି ମାନବ ସଭ୍ୟତାକୁ ନଷ୍ଟ କରିବ । ତେଣୁ ଏହାର ସୁରକ୍ଷା ଲାଗି ସର୍ବ ସାଧାରଣକୁ ଆଗକୁ ଆସି ପରିବେଶ ଦୃଷ୍ଟି କୋଣରୁ ଭାବି କାର୍ଯ୍ୟ କରିବାକୁ ହେବ ।

ଏହି ଆଲୋଚନା ବୈଠକରେ ଏଫିକର ପ୍ରଶିକ୍ଷକ ମଳୟ କୁମାର, ସି. ଡବ୍ଲୁ. ସି ର ଅଧକ୍ଷା ଅଳକା ଦାସ, ପରିବେଶବିତ ଲୋପା ସାମଲ, ସମାଜସେବୀ ଦେବୀପ୍ରଭା ରଥ, ୱାଇ.ଡବ୍ଲୁ. ସି. ଏ ଉପସଭାନେତ୍ରୀ ଶାନ୍ତି ନଳିନି, ପଶୁ ପ୍ରେମୀ ରୋନାଲି ପାଣିଗ୍ରାହୀ, ଅଇଲାଜ ରୁ ମଧୁସୂଦନ, ବ୍ରହ୍ମପୁର ୟୁନିଭରସିଟିର ପରିବେଶ ବିଷୟରେ ପିଏ ଚ ଡି ର ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ l ଏଥିରେ ବିଭିନ୍ନ ସଂଗଠନ ର ସମାଜସେବୀ ଓ ପରିବେଶ ପ୍ରେମୀ ଯୋଗ ଦେଇଥିଲେ।


