
ବେଲଗୁଣ୍ଠା, ୦୩/୦୫/୨୨ ( ଜିଲ୍ଲା ଖବର ) : ପବିତ୍ର ଅକ୍ଷୟ ତୃତୀୟାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବେଲଗୁଣ୍ଠା ଆନୁକୂଲ୍ୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ସହିତ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପ୍ରବେଶ, ଗ୍ରୀନ ସିଟି ମିଶନ ଅଧୀନରେ ବୃକ୍ଷ ରୋପଣ ଓ ବର୍ଷା ଜଳ ଅମଳ ପ୍ରକଳ୍ପ ଆଦି ବିକାଶ ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I



ନଗରପାଳ ଫିରୋଜ କୁମାର ସେଠୀଙ୍କ ନେତୃତ୍ୱରେ ସମସ୍ତ କଉଁସିଲର, ସ୍ୱୟଂ ସହାୟକ ଗୋଷ୍ଠୀ,ସିଟି ମିଶନ୍ ମ୍ୟାନେଜର୍ ପ୍ରଫୁଲ୍ଲ କୁମାର ଷଡଙ୍ଗୀ, ସିଇଓ ଅଞ୍ଜଳି କୁମାରୀ ପଣ୍ଡା, ସ୍ଵଚ୍ଛ ସାଥୀ, ସୁପରଭାଇଜର ପାୟଲ ମହାପାତ୍ର, ସାନିଟେସନ୍ ସୁପରଭାଇଜର ଶିବରାମ ଚୌଧୂରୀ, ବାବୁଲା ଗୌଡ଼, ମୁକ୍ତା କୋର୍ଡିନେଟର୍ ସରୋଜ କୁମାର ପଣ୍ଡା,ମଙ୍ଗୁଳୁ ମୁନି, କ୍ଷୀରୋଦ କୁମାର ବେହେରାଙ୍କ ସମେତ ପରିଷଦର ସମସ୍ତ କର୍ମଚାରୀ ଏବଂ ଗୋଷ୍ଠୀ ସମୂହ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ |


ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଯେକୌଣସି ଶୁଭ କାର୍ଯ୍ୟ ର ଆରମ୍ଭ କଲେ ତାହା ସଫଳ ହେବା ବିଶ୍ୱାସ ସମସ୍ତଙ୍କର ରହିଛି |ଏହି ବିଶ୍ୱାସ କୁ ନେଇ ଗୃହ ପ୍ରବେଶ ଭଳି ଏକ ସାମାଜିକ କାର୍ଯ୍ୟକ୍ରମ ରେ ସରକାରୀ ପ୍ରଶାସନ ତରଫରୁ ଅନୁଷ୍ଠାନିକ ଯୋଗଦାନ ସହରବାସୀଙ୍କୁ ଏକ ଗଣତାନ୍ତ୍ରିକ ମୂଲ୍ୟବୋଧର ନୂଆ ବାର୍ତ୍ତା ଦେଇଛି ବୋଲି ନଗରପାଳ ଶ୍ରୀ ସେଠୀ ପ୍ରକାଶ କରିଥିଲେ ।


ସେହିପରି ବର୍ଷା ଜଳ ଅମଳ ପ୍ରକଳ୍ପ ଓ ବୃକ୍ଷ ରୋପଣ କାର୍ଯ୍ୟରେ ମିଶନ ଶକ୍ତି ଦଳର ମହିଳା ମାନଙ୍କ ପ୍ରତ୍ୟକ୍ଷ ଭାଗିଦାରୀତା ମହିଳା ସଶକ୍ତିକରଣ ପାଇଁ ଏକ ରାସ୍ତା ତିଆରି କରିଛି ବୋଲି ସେ ପ୍ରକାଶ କରିଥିଲେ |


ଆଗାମୀ ଦିନରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ବୋଲି ଉପସ୍ଥିତ ସଦସ୍ୟ
ମାନେ ପ୍ରକାଶ କରିଥିଲେ।


