Monday, November 16, 2026
Home ଆଞ୍ଚଳିକ ସହାୟତା ର ହାତ ବଢ଼ାଇଲେ ବିପଦର ବଧୁ ଗ୍ରୁପ।

ସହାୟତା ର ହାତ ବଢ଼ାଇଲେ ବିପଦର ବଧୁ ଗ୍ରୁପ।

43

ଭଞ୍ଜନଗର , ୦୩/୦୫/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଉଁସଲଉଣ୍ଡି ପଞ୍ଚାୟତ ର ଗାମୁଣ୍ଡି ଗ୍ରାମ କୁମଭାର ସାହିର ୭୫ ବର୍ଷୀୟ ବୃଦ୍ଧା ସୁନ୍ଦରୀ ବେହେରା ଅସହାୟ ଅବସ୍ଥାରେ ଭଙ୍ଗା ଦଦରା ଘରେ ପଡି ରହିଛନ୍ତି।ପରିବାର କହିଲେ କେହି ନାହାନ୍ତି।ବୟସର ଶେଷ ସମୟରେ ସାହାରା ବୋଲି କେହି ନାହିଁ।ଦିନେ ଖାଇଲେ ଦିନେ ନାହିଁ।କେହି ଗଣ୍ଡେ ଦେଲେ ଖାଉଛନ୍ତି।

ସେହିପରି ଭଞ୍ଜନଗର ସହର ର ଡେରା ସାହିର ୭୦ ବର୍ଷୀୟ ବୃଦ୍ଧ ଯୁଗଳ ପାତ୍ର ଯିଏ କି ପକ୍ଷା ଘାତ ରୋଗରେ ପୀଡିତ ।ଖାଇବାକୁ ଗଣ୍ଡେ ମିଳୁନି,ବଡ କଷ୍ଟରେ ଚାଲୁ ଛନ୍ତି।

ଏହିପରି ସ୍ଥଳେ ଭଞ୍ଜନଗର ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିବା ସାମାଜିକ ଅନୁଷ୍ଠାନ ବିପଦର ବନ୍ଧୁ ଏହି ଦୁଇ ଜଣଙ୍କୁ ସହଯୋଗ ର ହାତ ବଢାଇଛନ୍ତି।

ବୃଦ୍ଧା ଙ୍କ ସମ୍ପୂର୍ଣ୍ଣ ଘର କୁ ପରିସ୍କାର କରିବା ସହ ନୂତନ ବ୍ୟବହାର ଜିନିଷ ଓ ଖାଇବା ବ୍ୟବସ୍ଥା କରିଥିଲେ।ବୃଦ୍ଧା ଙ୍କୁ ଗାଧୋଇବା ବାଳ କାଟିବ ଇତ୍ୟାଦି କାର୍ଯ୍ୟ କରିଥିଲେ।


ସେହିପରି ଡେରା ସାହିର ଯୁଗଲ ପାତ୍ର ଙ୍କୁ ମଧ୍ୟ ସଫା ସୁତୁରା କରିବା ସହ ବାଳ କାଟି ତାଙ୍କର ଖାଇବା ବ୍ୟବସ୍ଥା କରିଥିଲେ। ଅନୁଷ୍ଠାନ ର ଏହିପରି ପଦକ୍ଷେପ କୁ ଲୋକେ ଭୁୟସୀ ପ୍ରଶଂସା କରିଛନ୍ତି।