
ଆସିକା , ୦୩/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆସିକା ଥାନା ପାଣ୍ଡିଆପଥର ପଞ୍ଚାୟତ ସୁନାପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ନଣ୍ଡା ବେହେରା ନିଜ ଘରେ ଥିବା ଏକ ଛୋଟିଆ ଦୋକାନରେ ବ୍ୟବସାୟ କରୁଥିବା ସମୟରେ ଫେନ ତାର ସଂସ୍ପର୍ଶରେ ଆସିଥିଲେ ।


ଫଳରେ ସଙ୍ଗେ ସଙ୍ଗେ ସଂଜ୍ଞାହୀନ ହୋଇ ପଡିଥିଲେ । ଏହାକୁ ଦେଖି ସ୍ତ୍ରୀ ଅନହଳୀ ବେହେରା ସଙ୍ଗେ ସଙ୍ଗେ ଘରର ମେଇନ ସୁଇଚ ବନ୍ଦ କରି ତାଙ୍କୁ ଉଦ୍ଧାର କରିଥିଲେ ।

ଏହାପରେ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହାୟତାରେ ଆସିକା ମେଡିକାଲକୁ ଆଣିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


ଖବର ପାଇ ଆସିକା ପୋଲିସ ମେଡିକାଲ ଠାରେ ପହଞ୍ଚି ମୃତ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ନଣ୍ଡା ର ମୃତ୍ୟୁ ପରେ ସୁନାପଲ୍ଲୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।



