Home ଅପରାଧ ବିଦ୍ୟୁତ ଆଘାତରେ ଯୁବତୀ ମୃତ୍ୟୁ।

ବିଦ୍ୟୁତ ଆଘାତରେ ଯୁବତୀ ମୃତ୍ୟୁ।

68

ଭଞ୍ଜନଗର , ୦୩/୦୫/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ବ୍ଲକ ଦୁଦୁଆ ଗ୍ରାମର ହରିଜନ ସାହିରେ ବିଦ୍ୟୁତ ଆଘାତରେ ୧୫ ବର୍ଷୀୟ ରାଣୀ ନାୟକ ନାମକ ଯୁବତୀଙ୍କ ମୃତ୍ୟୁ ହୋଇଛି।

ଘର କାମ କରିବା ସମୟରେ ଅସାବଧାନତା ଯୋଗୁ ଘରକୁ ଲାଗି ରହିଥିବା ଏକ ବିଦ୍ୟୁତ ଖୁଣ୍ଟ ତାର ସ୍ପର୍ଶରେ ଆସିଥିଲେ ଓ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।


ଭଞ୍ଜନଗର ବିଦ୍ୟୁତ ଥାନା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କରିଥିଲେ। ଏହିପରି ଏକ ଅକାଳ ବିୟୋଗ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।