
ନବରଙ୍ଗପୁର , ୦୩/୦୫/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ଗ୍ରାମ ରାଜେନ୍ଦ୍ର ଉପାଧ୍ୟାୟଙ୍କ ଗାଡି OD 24 9712 ପିକପ ଭେନକୁ କେଉଁ ଦୁର୍ବୁତ୍ତ ମାନେ ଚୋରି କରି ନେଇଥିବାର ସୂଚନା ମିଳିଛି l


ଅନେକ ସମୟରେ ବାଇକ ଅନ୍ୟାନ୍ୟ ଜିନିଷ ଚରି ନେଉଥିବାର ଦେଖିବାକୁ ମିଳୁଛି କିନ୍ତୁ ଏ ଅଞ୍ଚଳରେ ଚାରିଚକିଆ ଗାଡି କେବେ ଚୋରି କରି ନେଇ ନ ଥିବାବେଳେ ଏହା ପ୍ରଥମ ଘଟଣା,ସୂଚନା ମୁତାବକ ନିଜ ଘର ସମ୍ମୁଖ ରେ ସବୁବେଳେ ଏହି ପିକପ କୁ ରଖୁଥିଲେ l


ଆଜି ସକାଳୁ ଉଠିଲା ବେଳକୁ ପିକପ ନଥିବାର ଦେଖିଥିଲେ l ଏନେଇ ତେନ୍ତୁଳୀଖୁଣ୍ଟି ଥାନା ଏକ ଅଭିଯୋଗ କରାଯାଇଛି l ଅଘୋସିତ ବିଦ୍ୟୁତ କାଟ ଯୋଗୁଁ ଦୁର୍ବୁତ୍ତ ମାନେ ଚରି କରିବାରେ ସଫଳ ହେଉଥିବାର ଚର୍ଚ୍ଚା ହେଉଛି l

ଏଥିପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ସମ୍ପତି ଯିବା ସହ ଜୀବନ ଯିବାର ସମ୍ଭାବନା ରହିଛି l ପୋଲିସ ପେଟ୍ରୋଲିଂ କରିବାପାଇଁ ଦାବି ହେଉଛି l ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟଙ୍କ ଜିଲ୍ଲା ଖବର।



