Saturday, November 14, 2026
Home ଆଞ୍ଚଳିକ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟ ରେ ଅକ୍ଷୟ ତୃତୀୟା ଦିବସ ପାଳିତ।

ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟ ରେ ଅକ୍ଷୟ ତୃତୀୟା ଦିବସ ପାଳିତ।

88


ଗୁଣୁପୁର , ୦୩/୦୫/୨୨ ( ଜିଲ୍ଲା ଖବର ) : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ଅଧିନସ୍ତ କୃଷି ମହାବିଦ୍ୟାଳୟ ର ଫର୍ମରେ ଅକ୍ଷୟ ତୃତୀୟା ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ କୃଷି ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଡ଼ଃ ସନ୍ତୋଷ କୁମାର ପଣ୍ଡା ଙ୍କ ଦ୍ଵାରା ଭୂମି ପୂଜା କରିବା ସହ ପାରମ୍ପରିକ ଭାବେ ଲଙ୍ଗଳ ଦ୍ୱାରା କୃଷି କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ।

ଏଥିରେ କୃଷି ମହାବିଦ୍ୟାଳୟ ର ସହକାରୀ ଅଧ୍ୟକ୍ଷ ଅଶୋକ କୁମାର ମିଶ୍ର,ବରିଷ୍ଠ ଅଧ୍ୟାପକ ପ୍ରଫେସର ହର ପ୍ରସାଦ ମିଶ୍ର,ସୁଧାଂଶୁ ଶେଖର ରଥ ଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକ,ଛାତ୍ରଛାତ୍ରୀ,କ୍ଷେତ୍ରକର୍ମୀ ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ।