Home ଆଞ୍ଚଳିକ କୈଶୋରାବସ୍ଥାରେ ସାମାଜିକ ଗଣମାଧ୍ୟମର ବ୍ୟବହାର ଓ ଶୈକ୍ଷିକ ବାର୍ତ୍ତାବରଣର ଆଲୋଚନା ଚକ୍ର l

କୈଶୋରାବସ୍ଥାରେ ସାମାଜିକ ଗଣମାଧ୍ୟମର ବ୍ୟବହାର ଓ ଶୈକ୍ଷିକ ବାର୍ତ୍ତାବରଣର ଆଲୋଚନା ଚକ୍ର l

168

ଆସିକା ( ଜିଲ୍ଲା ଖବର ) : ଆଜି ସ୍ଥାନୀୟ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗ ତରଫରୁ କୈଶୋରାବସ୍ଥାରେ ସାମାଜିକ ଗଣମାଧ୍ୟମର ବ୍ୟବହାର ଓ ଶୈଖିକ ବାତାବରଣରେ ଏହାର ପ୍ରଭାବ ଉପରେ ଏକ ପାଠଚକ୍ର ଅଧକ୍ଷ ଶ୍ରୀ ଗଣେଶ୍ୱର ମାଝିଙ୍କ ପୋୖତ୍ସାହିତରେ ଅନୁଷ୍ଠିତ ହୋଇଯାଇଛି l ଏହି ପାଠ ଚକ୍ରରେ ସାବିତ୍ରୀ ମହିଳବିଦ୍ୟାଳୟ, ଭଞ୍ଜନଗରର ଗୃହବିଜ୍ଞାନ ବିଭାଗର ଅଧ୍ୟାପିକା ରଶ୍ମିତା କୁମାରୀ ବେହେରା ମୁଖ୍ୟବକ୍ତା ରୂପେ ଯୋଗଦେଇ ସାମାଜିକ ଗଣମାଧ୍ୟମର ସକାରାତ୍ମକ ଓ ନକାରାତ୍ମକ ଦିଗ ଓ ଶୈଖିକ ବାତାବରଣରେ ଏହାର ପ୍ରଭାବ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡ଼. ଯଶଶ୍ରୀ ମଲ୍ଲିକ, ଶ୍ରଦ୍ଧାଞ୍ଜଳି ମଲ୍ଲିକ, ମମତା ନିଶଙ୍କ, ଡ଼. ଉର୍ମିଳା ମୁଦୁଲି, ବିନାୟକ ବେହେରା, ପ୍ରମୋଦ ତିଆଡ଼ି ଭାରତୀ ପ୍ରଧାନ, ପଦ୍ମଚରଣ ନାଥ ଓ ଅନ୍ୟାନ୍ୟ ଅନେକ ଛାତ୍ରୀ ଉପସ୍ଥିତ ଥିଲେ l ଏହି ପାଠଚକ୍ରରେ ସୂଦୀପ୍ତା ପ୍ରଧାନ, ସନ୍ଧ୍ୟାରାଣୀ ସାମନ୍ତରାୟ, ପ୍ରିୟଙ୍କାରାଣୀ ପାତ୍ର ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ l

ରିପୋର୍ଟ ରତ୍ନାକର ଶିଅ ।