
ଆସିକା, ୦୨/୦୫/୨୨ ( ଜିଲ୍ଲା ଖବର ) : ସହ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ପକ୍ଷରୁ ଶ୍ରମ ବିଭାଗ ଭୁଆବୁଲା ନୀତି ବିରୁଦ୍ଧରେ ଶ୍ରମିକ ବିକ୍ଷୋଭ ଆୟୋଜିତ ହୋଇଥିଲା । ଶ୍ରମିକମାନଙ୍କ ସୁଖ ଦୁଖର ବନ୍ଧୁ ହେଉଛି ଶ୍ରମ ବିଭାଗ । ୫ଟି ମୋ ସରକାରଙ୍କ (ଦଳଗତ କାର୍ଯ୍ୟ, ପ୍ରଯୁକ୍ତି ବିଦ୍ୟା, ସ୍ଵଛତା, ପରିବର୍ତ୍ତନ ଏବଂ ସମୟସୀମା) ଅଧିନରେ ଆମ ଶ୍ରମ ବିଭାଗ ଆସୁଅଛି।

ବିଭାଗୀୟ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଓ ପ୍ରକଳ୍ପର ମାନଦଣ୍ଡ ନିରୁପଣ କରିବା ପାଇଁ ପ୍ରଭାବଶାଳୀ ସଚିବ ମହାମାନ୍ୟ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଅନ ମହୋଦୟ ଅବସ୍ଥାପିତ କିନ୍ତୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମ।ଣ ଶ୍ରମିକ କଲ୍ୟାଣ ବୋର୍ଡରେ ଶ୍ରମିକଙ୍କ ପଞ୍ଜିକରଣ ଠାରୁ ସହାୟତା ପ୍ରଦାନ ଆଦି କ୍ଷେତ୍ରରେ ଯେଉ ଅନିୟମିତତା, ସହାୟତା ପାଇଁ ଆବେଦନ କରି ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି ତାହାଦ୍ବାର ଚରମଶୋଷଣର ଶିକାର ହେଉଛନ୍ତି ଶ୍ରମିକ।

ଅନେକ ସହାୟତା ଅଲିଖିତ ଭାବେ ବନ୍ଦ କରି ଦିଆଗଲାଣି, ପାଣ୍ଠି ଅଭାବ ଏକ ମୂଳ ସମସ୍ୟା ଭାବେ ଠିଆ ହେଳାଣି ତଥାପି ଏଥିପ୍ରତି ଏକ ସ୍ଵଷ୍ଟ ନୀତି ପ୍ରଣୟନ କରିବାରେ ହେୟ ମନୋଭାବ ଯୋଗୁ ଦୁନିଆକୁ ନିର୍ମାଣ କରୁଥିବା ଶ୍ରମିକ ଅସହାୟ ଓ ଲାଛିଂତ ହୋଇ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛି।

ଏବଂ ରାଜ୍ୟର ୩୦ ଲକ୍ଷ ଶ୍ରମିକଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି। ଦାନ ଓ ଦୟାରେ ବଞ୍ଚେଇ ରଖିବାକୁ ବିଜେଡି ସରକାର ରୀତିମତ ଷଡଯନ୍ତ୍ର କରୁଛି। ଶ୍ରମିକର ସ୍ଵାର୍ଥ ରକ୍ଷା କରିବା ଉଦ୍ଦିଷ୍ଟ ଶ୍ରମବିଭାଗ ଆଜି ଶାସକ ଦଳର ସଖି କଣ୍ଢେଇ ହୋଇଯାଇଛି। ଅସଂଗଠିତ ନିର୍ମ।ଣ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷାକୁ ପ୍ରଚାର ଓ ପ୍ରସାର ମଧ୍ୟରେ ସୀମିତ ରଖି ବ୍ୟାପକ ଜାଲିଆତି ଓ ହରିଲୁଟର ଭୁଆଁବୁଲା ନୀତି ଆପଣାଇଛି।

ରାସ୍ତାକଡରେ ଠିଆ ହୋଇ ଶ୍ରମ ବିକ୍ରୀ କରୁଥିବା ପ୍ରକୃତ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଆଜି ପର୍ଯ୍ୟନ୍ତ ଶତକଡା ୫୦ ଭାଗରେ ମଧ୍ୟ ପହଞ୍ଚି ନାହିଁ। ନବୀକରଣ ମାତ୍ର ଶତକଡା ୪୦ ଭାଗ ହେଉଅଛି। ଭିତିରିଆ କାରବାର କରୁଥିବା ଦଲାଲମାନେ ଲେବର ଅଫିସରେ ମାଳ ମାଳ, ସେମାନଙ୍କ ଦ୍ବାରା ରାତା ରାତି ପଞ୍ଜିକରଣ ହେଉଅଛି। ନବୀକରଣ, ସହାୟତା ଆଦି ସବୁ କ୍ଷେତ୍ରରେ ଏକା ଅବସ୍ଥା। ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟ କିମ୍ବା ଵେବ ସାଇଟରେ ସମସ୍ତ ତଥ୍ୟ ଉପଲବ୍ଧ ହେଉନାହିଁ।


ଶ୍ରମ ବିଭାଗର ଶୋଷଣ ଓ ଦୁର୍ନିତପୂର୍ଣ ବ୍ୟବସ୍ଥା ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଦୋମୁହାଁ ଚରିତ୍ର ହିଁ ମୂଖ୍ୟତଃ ଦାୟୀ ବୋଲି ବିକ୍ଷୋଭ ରେ ଉପସ୍ଥିତ ବକ୍ତାମାନେ ମତ ପୋଷାଣ କରିଥିଲେ । ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ ରେ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ର ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା, ଗୌତମ ନାହକ, ଅକ୍ଷୟ ସାହୁ, କେଶବ ସ୍ବାଇଁ, ରମେଶ ଚନ୍ଦ୍ର ପରିଡା, ସୁବାସ ଲେଙ୍କା, ଶିବରାମ ଗୌଡ, କେଶବ ଗୌଡ ଆଦି ଉପସ୍ଥିତ ଥିଲେ ।


