Home ଆଞ୍ଚଳିକ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ପାଇଁ ସାମ୍ବାଦିକ ସମ୍ମିଳନୀ

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ପାଇଁ ସାମ୍ବାଦିକ ସମ୍ମିଳନୀ

30


ଗଜପତି (ଜିଲ୍ଲା ଖବର ) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସ୍ଥିତ ଗୋରାଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ଯୋଜନା ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଶତବାର୍ଷିକୀ ସମାରୋହ କମିଟିର ସଭାପତି ପ୍ରତାପ ଚନ୍ଦ୍ର ପାତ୍ର, ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିଜୟ କୁମାର ଜେନା, ସମ୍ପାଦକ ସୁବାସ ଚନ୍ଦ୍ର ପଣ୍ଡା, ସାଙ୍ଗଠନିକ ସମ୍ପାଦକ ରଜନୀ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ପି. ତାରକା ରାଓ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବି. ଧନଂଜୟମ୍, କୋଷାଧ୍ୟକ୍ଷ ସୁବାସ ଦଳେଇ ସମେତ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ବରିଷ୍ଠ ନାଗରିକ , ପୁରାତନ ଛାତ୍ର ସଂସଦର ସଭାପତି ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଆଗାମୀ ୨୭ ଓ୨୮ ତାରିଖରେ ଆୟୋଜିତ ହେବାକୁ ଥିବା ସମାରୋହ ଉତ୍ସବ ବିଷୟରେ ଆଲୋଚନା କରିଥିଲେ। ଏହି ଉଦ୍ଧେଶ୍ୟରେ ବିଦ୍ୟାଳୟ ଭିତିଭୁମି ଦୂରୀକରଣ, ନୂତନ ବଗିଚାର ଆୟୋଜନ, ଶ୍ରେଣୀ କୋଠରୀ, ବିଦ୍ୟାଳୟର ପରିବେଶ ନବୀକରଣ, ଏହି ଭଳି ଅନେକ କାର୍ଯ୍ୟ କରାଯାଇଛି। ଶତବାର୍ଷିକୀ ସମାରୋହ ପରିପକ୍ଷରେ ବିଦ୍ୟାଳୟର ନୂତନ ନିମିତ ମୁଖଦ୍ୱାର ସହ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପୂଣ୍ଣ ଅବୟବ ପ୍ରତିମୂର୍ତ୍ତି ଉଦଘାଟନ, ସ୍ବାଧୀନତା ସଂଗ୍ରାମୀ ସହିଦ୍ ମାନଙ୍କର ସ୍କତିସ୍ତମ୍ଭ ଉଦଘାଟନ ଆୟୋଜନ କରାଯାଇଛି। ବିଶେଷ କରି ଦେଶ ବିଦେଶରେ ବିଭିନ୍ନ ସ୍ଥାନରେ ରହି ନିଜର ଦକ୍ଷତା ପ୍ରକାଶ କରି ସୁପ୍ରତିଷ୍ଠିତ ହୋଇଥିବା ପୂରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ସୁଯୋଗ ସୃଷ୍ଟି ସଙ୍ଗେ ସଙ୍ଗେ ବିଦ୍ୟାଳୟର କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବଦ୍ଧନା କରାଯିବ, ରଚନା ରାଉତ ଉଦବୋଧନ ଦେଇ ଦେଶବିଦେଶରେ ଥିବା ପୂରାତନ ଛାତ୍ରଛାତ୍ରୀ ଉକ୍ତ ଆୟୋଜନରେ ଯୋଗ ଦେବାପାଇଁ କହିଥିଲେ। ଏହି ଶତବାର୍ଷିକୀ ସମାରୋହ ପାଳନରେ ପାଖାପାଖି ୩୦ ଖଣ୍ଡ ଗାଁର ହଜାର ହଜାର ଲୋକଙ୍କ ସମାଗମ ହୋଇପାରେ ବୋଲି କହିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ବୋଲି କହିଥିଲେ।

ରିପୋର୍ଟ – ପ୍ରଭାତ କୁମାର ପାତ୍ର