
ସୋରଡା , ୦୨/୦୫/୨୨ ( ଜିଲ୍ଲା ଖବର ) : ସୋରଡା ଅଞ୍ଚଳ ରୁ ପୁରୀର ପବିତ୍ର ରଥ ଯାତ୍ରା ପାଇଁ ଗଲା ରଥକାଠ।ଯାହାକୁ ନେଇ ପୁରୀ ବଡ଼ଦାଣ୍ଡରେ ଗାଡିବ ତିନି ରଥ । ଉକ୍ତ ରଥ ନିର୍ମାଣ ଉଦେଶ୍ୟ ରେ ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡ଼ା ବନାଞ୍ଚଳ ଅନ୍ତର୍ଗତ ଗାଜଲବାଡ଼ି ଦକ୍ଷିଣ ସେକ୍ସଅନରୁ କାଠ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ପଠାଗଲା।



ଆଜି ଏହି ରଥ କାଠକୁ ପରିବହନ ସମୟରେ ସମ୍ପୂର୍ଣ୍ଣ ସୋରଡ଼ା ଅଞ୍ଚଳ ଭକ୍ତିମୟ ପରିବେଶ ସହିତ ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହୋଇଥିଲା ସୋରଡ଼ା ବଡଦାଣ୍ଡ। ଏହି ରଥକାଠ ଯାତ୍ରା ସମୟରେ ସୋରଡାଅଞ୍ଚଳର ବିଭିର୍ଣ୍ଣ ଜାଗା ଯେପରି ଗଜଲବଡୀ, ଗୋଛା, ସଂପଦା, ଦୁଲ୍ଲାଡ଼ ଛକ, ଅସୁରବନ୍ଧ, ଗୋବିନ୍ଦ ପୁର ଆଦି ଗ୍ରାମ ସହିତ ସୋରଡ଼ା ସହରର ପୋଡ଼ାଖାରି,ବରାଡି,ବଡ଼ ପାଣ ସାହି,



ଗଣିଛକ,ରଥପଦା,ବଡଦାଣ୍ଡ,ଆଡପମଣ୍ଡ ,ସୁରମଣି, ନୂଆଗଡ଼,ଭଳି ବିଭିର୍ଣ୍ଣ ଜାଗାରେ ରଥଯାତ୍ରା ପାଇଁ ଯାଉଥିବା କାଠକୁ ଲୋକ ମାନେ ପୂଜା କରିବା ସହ ଘଣ୍ଟ,ଢୋଲ, ତାଳ ବଜାଇ ସ୍ୱାଗତ କରିଥିଲେ ।



ସୋରଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ କନ୍ଧୁଣି ଦେବୀ ଓ ଜଗନ୍ନାଥ ମନ୍ଦିର ତରଫରୁ ବିଶେଷ ପୂଜାର୍ଚ୍ଚନା ସହିତ ଆଳତୀ ବନ୍ଦାପନା କରାଯାଇଛି।ଏହି କାର୍ଯ୍ୟକ୍ରମଟି ସୋରଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଓ ଏନ୍ ଏ ସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡାଙ୍କ ସମ୍ପୂର୍ଣ୍ଣ ସହଯୋଗ ସହିତ ଆନ୍ତରିକତା ଓ ଧର୍ମୀୟ ଭାବନା ଜାଗ୍ରତର ଏକ ନିର୍ଦ୍ଧିଷ୍ଟ ସୂଚନା।


ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ସୋରଡରେ ଅଦିନେ ରଥଯାତ୍ରାର ଭ୍ରମ ସୃଷ୍ଟି କରିଅଛି।ହଜାର ହଜାର ଜଗନ୍ନାଥ ପ୍ରେମୀ ନିଜ ଦ୍ୱାର ଦେଶଠାରୁ ଆରମ୍ବ କରି ଛକ ଛକ ରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଧର୍ମାନୁଷ୍ଠାନ ପକ୍ଷରୁ ପୂଜାର୍ଚ୍ଚନା ସହ ଏହି ମହତ କାର୍ଯ୍ୟକ୍ରମରେ ସ୍ତାନୀୟ ମୁସଲିମ ସମ୍ପ୍ରଦାୟର ବରିଷ୍ଠ ସଭ୍ୟ ଜନାଵ ଇବ୍ରାରାହିମ୍ ଖାନ,


ଜନାବ ଇଲିୟାସ ମହମ୍ମଦ,ଜନାଵ ଏମ. ଡି.ରିଆଜ,ଜନାଵ ସୟଦ ଆବୁବକ୍କର,ଏମ.ଡି.ବଖାରୀ,ସୟଦ ଓ।ସିମ,ଜନାଵ ଏମ.ଡି.ସାଫି,ଏମ.ଡି.ରସିଦ ଶାରିଫ, ଏମ.ଡି.ସାବୁ ଭଳି ସଦସ୍ୟ ଯୋଗ ଦେଇ ପୂଜାର୍ଚ୍ଚନା କରିଥିଲେ ।

ଏହି ମହତ କାର୍ଯ୍ୟକ୍ରମରେ ଦଖିନେଶ୍ୱର ଖାଳସୀ ସଙ୍ଘ, କନ୍ଧୁଣି ଦେବୀ ଯୁବକ ସଙ୍ଘ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳ ଓ ପାନୀୟ ବଣ୍ଟନ କରାଯାଇଛି। ଏହା ମଧ୍ୟରେ ସମସ୍ତଙ୍କ ଆଶା ରହିଥିଲା ବିଧାୟକ ଓ ବିଜେଡି ବ୍ଲକ ସଭାପତି ବସନ୍ତ ସ୍ୱାଇଁଙ୍କ ଦ୍ୱାରା ଆୟୋଜନ କରି ବଣ୍ଟନ କରାଯାଉଥିବା ପୁରୀରୁ ଆନିତ ଅଭଡ଼ା ଓ ଟଙ୍କ ତୋରାଣି ବଣ୍ଟନ।

ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ସହ ସୁନୀଲ କଣ୍ଡୋକରି ଓ ପୋଲିସ ବାହିନୀ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଏନ୍ ଏ ସି ନିର୍ବାହୀ ଅଧିକାରୀ ଦ୍ବିତୀକୃଷ୍ଣ ପାତ୍ର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀମାଞ୍ଚଳ ମଣ୍ଡଳ ଭଳି ଅଧିକାରୀ ଅଂଶ ଗ୍ରହଣ କରି ସ୍ୱାଗତ,

ମଣ୍ଡଳ ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ ଓ ଉପ ମଣ୍ଡଳ ବନାଧିକାରି ପ୍ରଭାକର ନାଈକ,ଶଙ୍କର୍ଷଣ ବେହରାଙ୍କ ସହିତ,ସୋରଡା ବନାଧିକାରି ଲମ୍ବୋଦର ବାସ୍କେ,ବଡ଼ଗଡ଼ ବନାଧିକାରି ପ୍ରମୋଦ ଖଡ୍ଗରାୟ ,ଅସୁରବନ୍ଧ ଓ ଗାଜଲବାଡି ସେକ୍ସନର ଅର୍ଜୁନ ଜାନୀ,ପି ସୁରଜ କୁମାର, ବନପାଳ ସହ ଅଭିନାସ୍ କଅଁର,

ଧ୍ରୁବ ନାଈକ,ଧନେଶ୍ୱର ପ୍ରଧାନ, ପ୍ରମୋଦ ବିଷୋୟୀ ଭଳି ସମସ୍ତ ବନରଖିଙ୍କ ସହଯୋଗ ଓ ଦିଲ୍ଲୀପ ସାହୁ ,ପ୍ରମୋଦ କୁମାର ଅଧିକାରୀ, ପ୍ରଫୁଲ୍ଲ କୁମାର ମହାଙ୍କୁଡ,ସମରେନ୍ଦ୍ର କୁମାର ସାହୁ,ପ୍ରଶ୍ନ ମୁନୀ,ଗୋପାଳକୃଷ୍ଣ ଦାସ ଶକ୍ତି ରଞ୍ଜନ ସୁଆର, ରଜନୀ ପଟ୍ଟନାୟକ, ପ୍ରମୋଦ ପଟ୍ଟନାୟକ ଆଦିଙ୍କ ସହଭାଗୀତାରେ ସମ୍ପାଦନ କରାଯାଇଛି।


