Monday, November 16, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଯୁବ ବିଜେଡ଼ି ପକ୍ଷରୁ ଖୋଲିଲା ଜଳଛତ୍ର।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଯୁବ ବିଜେଡ଼ି ପକ୍ଷରୁ ଖୋଲିଲା ଜଳଛତ୍ର।

121

ବୁଗୁଡା , ୦୨/୦୫/୨୨ ( ଜିଲ୍ଲା ଖବର ) : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦୀର୍ଘ ଏକମାସ ଧରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗି କେତେକ ସହରରେ ୪୪ ଡିଗ୍ରୀରୁ ଅଧିକ ଉତ୍ତାପ ଅନୁଭୁତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଓ ଆଖପାଖ ଅଞ୍ଚଳରେ ମଧ୍ୟ ଏକ ସପ୍ତାହ ହେବ ୪୦ ଡିଗ୍ରୀ ସେଲସିୟସ ଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ଜାରିରହୁଛି ଯାହାରି ଫଳରେ ବୁଗୁଡ଼ା ସହର ଓ ବ୍ଲକର ପ୍ରତିଦିନ ହଜାର ହଜାର ଜନସାଧାରଣଙ୍କ ବ୍ୟବସାୟିକ,

ଗାଁ ଗଣ୍ଡାକୁ ଯିବା ଆସିବା କରୁଥିବା ଏବଂ ଥାନା,ତହସିଲ,ବ୍ଲକ ଓ ଜମିଜମା ବିକ୍ରି କରିବା ଭଳି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ହଜାର ହଜାର ଜନସାଧାରଣ ଆସୁଥିବା ବେଳେ ଜଳ ଟୋପାଏ ପାଇଁ ଡହକବିକଳ ହେଉଥିବା ଅନୁଭବ କରି ଏନେଇ ଦୀର୍ଘ ପନ୍ଦରଦିନ ପୂର୍ବରୁ ସମସ୍ତ ଖବରକାଗଜ ମାଧ୍ୟମରେ ପ୍ରସାଶନକୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ଯ ଏହାକୁ ସହର କର୍ତ୍ତୃପକ୍ଷ ଗୁରୁତ୍ୱ ର ସହ ନେଇନଥିବା ଯୋଗୁଁ କ୍ଷୋଭର ବିଷୟ ପାଲଟିଛି।

ଏହାକୁ ଦୃଷ୍ଟିରେ ରଖି ଆଜି ଯୁବ ବିଜେଡ଼ି ପକ୍ଷରୁ ବୁଗୁଡ଼ା ସହରର ମୂଖ୍ୟ ସଡ଼କରେ ଏକ ଜଳଛତ୍ର ର ବ୍ୟବସ୍ଥା କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ବିଜେଡି ଯୁବ ସଭାପତି ପ୍ରଶାନ୍ତ କୁମାର ପଣ୍ଡା,

ବ୍ଲକ ଅଧ୍ୟକ୍ଷା ପ୍ରତିନିଧି କେ ନିଳମାଧବ ଆଚାରୀ (କୁନା ଭାଇ),ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ,ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢୀ,ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ବିଶୁଦ୍ଧ ପାନୀୟ ଜଳ,ଚହ୍ଲା ପଣା ବଣ୍ଟନ କରାଯାଇଥିଲା।

ଏହି ଅବସରରେ ବୁଗୁଡ଼ା ଏନ୍ଏସି ଓ ବ୍ଲକର ବହୁ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିବା ବେଳେ କେ ତ୍ରିଲୋଚନ ଦୋରା,ନାରାୟଣ ସାହୁ,ବସନ୍ତ ଦଳେଇ,ରମଣ ନାହାକଙ୍କ ସମେତ ବହୁ ଯୁବ କର୍ମୀ ବଣ୍ଟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।