
ବେଲଗୁଣ୍ଠା, ୦୨/୦୫/୨୨ ( ଜିଲ୍ଲା ଖବର ) : ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ଯେଉଁ ଶ୍ରମିକ ମାନେ ନିଜର ତ୍ୟାଗ ଓ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥାଏ I ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଶ୍ରମିକ ଦିବସ ମଇ -୧ ତାରିଖ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ହୋଇଥିଲା I କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସିଇଓ ଅଞ୍ଜଳି କୁମାରୀ ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସିଟି ମିଶନ୍ ମ୍ଯାନେଜର୍ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ଯୋଗ ଦେଇଥିଲେ I

ସେହିପରି ସମ୍ମାନୀତ ଅତିଥି ଭାବେ ସାନିଟେସନ୍ ଏକ୍ସପର୍ଟ୍ ଜି ପ୍ରବୀଣ କୁମାର,ଟ୍ୟାକ୍ସ କଲେକ୍ଟର୍ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ପରିଷଦର ସମସ୍ତ ପରିମଳ କର୍ମଚାରୀଙ୍କ ସମେତ ସ୍ୱଚ୍ଛସାଥୀ, ସୁପରଭାଇଜର ଶିବରାମ ଚୌଧୂରୀ, ବାବୁଲା ଗୌଡ,କ୍ଷୀରୋଦ କୁମାର ବେହେରା,ମଙ୍ଗୁଳୁ ମୁନି, ମହେନ୍ଦ୍ର ଦାସ, ରବୀନ୍ଦ୍ର ତ୍ରିପାଠି,କୃଷ୍ଣଚନ୍ଦ୍ର ମହାନ୍ତି,ଏମସିସି ଓ ଏମ ଆର ଏଫ ର ସ୍ଵଛ କର୍ମୀ, ବର୍ଜ୍ୟବସ୍ତୁ ପରିବହନ ଗାଡି ସ୍ୱଚ୍ଛକର୍ମୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ I

ଅଂଶଗ୍ରହଣକାରି ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରି ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା I ସହର ମିଶନ ପରିଚାଳକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ବେଲଗୁଣ୍ଠା ସହାରକୁ ସ୍ଵଛ ଓ ସୁନ୍ଦର କରି ଗଢି ତୋଳିବାରେ ପରିମଳ କର୍ମଚାରୀ ଓ ଉପସ୍ଥିତ କର୍ମକର୍ତ୍ତାଙ୍କ ଅବଦାନ ପାଇଁ ଉତ୍ସାହିତ କରିଥିଲେ. ନୃତ୍ୟ ଗୀତଓ ଆନନ୍ଦ ପରିବେଶରେ ସମସ୍ତେ ବେଶ ଖୁସି ଅନୁଭବ କରିଥିବା ପ୍ରକାଶ କରିଥିଲେ. ପରିଶେଷରେ ସ୍ଵଛ ସୁପର ଭାଇଜର ପାୟଲ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।


