
ଆସିକା , ୦୨/୦୫/୨୨ ( ଜିଲ୍ଲା ଖବର ) : ଆସିକା ଆର୍ଦଶ ଥାନା ରେ ଲୋକଙ୍କ ଜରୁରୀ ସେବା ଦେବା ପାଇଁ ପହଞ୍ଚିଲା ଏକ ସ୍ବତନ୍ତ୍ର ଧରଣର ଗାଡ଼ି । ଯେଉଁଗାଡି ପାଇଁ ତିନୋଟି ଡ୍ରାଇଭର ନିଯୁକ୍ତି ହୋଇଛନ୍ତି । ଏହା ୨୪ ଘଣ୍ଟି ଆ ସେବା ଯୋଗାଇବ । ଯେ କୌଣସି ଇମାରଜେନିସିଙ୍ଗ କଲ ପାଇବା କ୍ଷଣି ତତକ୍ଷଣାତ ଘଟଣା ସ୍ଥଳରେ ପହଞ୍ଚିବ ।

ଯେ ଉକ୍ତ ଗାଡ଼ିରେ ବିଭିନ୍ନ ପ୍ରକାର ସାମଗ୍ରୀ ତଥା ଷ୍ଟ୍ରେଚର, ଦଉଡି, ଅଗ୍ନି ନିର୍ବାପକ ଯନ୍ତ୍ର, ହାଇ ରେଞ୍ଜ୍ ଟର୍ଚ୍ଚ, ଜିପିଏସ୍ ଫିଟ୍, ପ୍ରଥମ ସହାୟତା କିଟ୍ ଇତ୍ୟାଦି ସହ ପହଞ୍ଚି ଲୋକଙ୍କୁ ତ୍ବରିତ ସେବା ଯୋଗାଇବ । ଆସ୍କା ଥାନା କୁ ଦିଆଯାଇଥିବା ଏହା ଏକ ନୂତନ ଉଦ୍ଦେଶ୍ୟମୂଳକ ଯାନ ଅଟେ | ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ଉଦ୍ଦେଶ୍ୟରେ ଏହା 24/7 କାର୍ଯ୍ୟ କରିବ | ସେବା ପାଇବା ପାଇଁ ଯେକେହି 100, 112 ଏବଂ9438916721 କୁ କଲ କରିପାରିବେ ବୋଲି ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି ।


