Home ଆଞ୍ଚଳିକ ବ୍ୟକ୍ତିତ୍ଵ ବିକାଶ ଓ ମାନସିକ ଚାପ ପରିଚାଳନା ଶୀର୍ଷକ କର୍ମଶାଳା ।

ବ୍ୟକ୍ତିତ୍ଵ ବିକାଶ ଓ ମାନସିକ ଚାପ ପରିଚାଳନା ଶୀର୍ଷକ କର୍ମଶାଳା ।

62


ଆସିିିକା ( ଜିଲ୍ଲା ଖବର) : ସ୍ଥାନୀୟ ନୀରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର କ୍ୟାରିୟର କାଉନସେଲିଂ ସେଲ ତରଫରୁ +୩ ଛାତ୍ରୀ ମାନଙ୍କ ପାଇଁ ବ୍ୟକ୍ତିତ୍ବ ବିକାଶ ଓ ମାନସିକ ଚାପ ମୁକ୍ତି ପରିଚାଳନା ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳା କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ପାଢ଼ୀ ପୌରହିତ୍ୟ କରିଥିଲେ । ଏବଂ ବିଶ୍ବ ବିଦ୍ୟାଳୟ ର ସହକାରୀ ଅଧ୍ୟାପକ ଡ.ପ୍ରଭୁରାମ ତ୍ରିପାଠୀ ଛାତ୍ରୀମାନଙ୍କୁ ବ୍ୟକ୍ତିତ୍ଵ ବିକାଶ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଓ ଛାତ୍ରୀ ମାନଙ୍କର ବ୍ୟକ୍ତିତ୍ଵ ବିକାଶ ଦିଗରେ ବିଭିନ୍ନ ପ୍ରତିବନ୍ଧକ ଓ ସେଗୁଡିକରୁ ମୁକ୍ତି ପାଇଁ ୧୨ଟି ସରଳ ସୂତ୍ର ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପରିବେଶ ଓ ପରିସ୍ଥିତି ଅନୁଯାୟୀ ଛାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ମାନସିକ ଚାପ ରୁ କିଭଳି ମୁକ୍ତି ପାଇବେ ଓ ପାଠପଢ଼ା ରେ ମନୋନିବେଶ କରିପାରିବେ ତାହାର ଉପାୟମାନ ବିସ୍ତାରିତ ଭାବେ ଆଲୋଚନା କରିଥିଲେ । ବ୍ୟକ୍ତିତ୍ଵ ଦିଗରେ ଯୋଗ ଓ ଧ୍ୟାନ ଗୁରୁତ୍ୱ ଉପରେ ପର୍ଯ୍ୟବେସିତ ବିଭିନ୍ନ ସଫଳ ବ୍ୟକ୍ତି ମାନଙ୍କର ଉଦାହରଣ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କ୍ୟାରିୟର କାଉନସେଲିଂ ର ସଂଯୋଜକ ଡ.ଲକ୍ଷ୍ମଣ କୁମାର ସୋରେନ୍, ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଡ. କେ ଓମ୍ ନାରାୟଣ ରାଓ,ଡ଼.ଗୌରବ କୁମାର ଜେନା,ଡ଼.ଯଶଶ୍ରୀ ମଲ୍ଲିକ,ଡ଼.ଊର୍ମିଳା ମୁଦୁଲି, ବିଣାପାଣି ପାଢ଼ୀ,ବିନାୟକ ବେହେରା, ଗୋପିନାଥ କର,ଭାରତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ ଏବଂ ଉକ୍ତ କର୍ମଶାଳା ରେ ସମସ୍ତ ଛାତ୍ରୀ ଯୋଗ ଦେଇଥିଲେ ।