
ନବରଙ୍ଗପୁର , ୦୨/୦୫/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ବୈଠକରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ( ବନ୍ୟା ) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ପ୍ରତିନିଧି ପ୍ରମୋଦ କୁମାର ପାଢୀ , ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ , ମାନ୍ୟବର ବିଧାୟକ ଡାବୁଗାଁ ମନୋହର ରନ୍ଧାରୀ , ମାନ୍ୟବର ବିଧାୟକ ଉମରକୋଟ ନିତ୍ୟାନନ୍ଦ ଗଣ୍ଡ , ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ , ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପସ୍ଥାପନ କରିଥିଲେ ।

ବନ୍ୟା ବାତ୍ୟା ପରେ ପରେ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ସଡକ ପରିଷ୍କାର ଅର୍ଦ୍ଧ ଭଗ୍ନ ବିଦ୍ୟୁତ ଖୁଣ୍ଟ ଗୁଡିକର ମରାମତି ଓ ପୁନଃରୁଦ୍ଧାର ଆଦି ସମସ୍ତ ପ୍ରକାର କାର୍ଯ୍ୟ ଯୁଦ୍ଧ କାଳିନ ଭିଭିରେ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ମୌସୁମୀ ବର୍ଷା ଆଗମନ ପୂର୍ବରୁ ଜିଲ୍ଲାରେ ଥିବା ସମସ୍ତ ନାଳ ନର୍ଦମା ଗୁଡିକୁ ସଫା ରଖିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଥିଲେ । ବର୍ଷା ଦିନ ପୂର୍ବରୁ ବ୍ଲକ ମାନଙ୍କରେ ଥିବା ଦୃଷ୍ଟି ମାପ ସ୍ଥାନ ଏବଂ ଉପକରଣ ଗୁଡ଼ିକର ସଠିକ ଅନୁଧ୍ୟାନ କରି ଆଗାମୀ ପାଞ୍ଚ ତାରିଖ ସୁଦ୍ଧା ଏକ ବିବରଣୀ ପ୍ରଦାନ କରିବାପାଇଁ ଉପଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଥିଲେ ।

ସେହିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ସଠିକ ଦୃଷ୍ଟିର ପରିମାଣ ଜିଲ୍ଲା ଜରୁରୀକାଳୀନ ଉପବିଭାଗ କୁ ପ୍ରେରଣ କରିବା ପାଇଁ ସମ୍ପୃକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଧିକାରୀ ମାନେ ବିଶେଷ କରି ବର୍ଷା ଦିନ ବନ୍ୟା ସମୟରେ ଏହାର ସଫଳ ମୁକାବିଲା କିପରି ଭାବରେ କରାଯାଇ ପାରିବ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଥିବା ଦୁର୍ବଳ ନଦୀ ବନ୍ଧ ଗୁଡିକ ଶୀଘ୍ର ଚିହ୍ନଟ କରି ତାର ମରାମତି କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦେଶ ଦେଇଛନ୍ତି ।
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟଙ୍କ ଜିଲ୍ଲା ଖବର।



