
ସୋରଡା , ୦୧/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅସୁରବନ୍ଧ ପଞ୍ଚୟତର ଗୋବିନ୍ଦପୁର ଗ୍ରାମ ରେ ଘଟିଛି ଅଘଟଣ । ବଜ୍ରାଘାତ ରେ ୬୫ ବର୍ଷୀୟ ମୁରଲୀ ପାତ୍ର ସହ ଗୋଟିଏ ଗାଈ ମୃତ୍ୟୁ।

ସୂଚନା ମୁତାବକ ମୁରଲୀ ନିଜ ଗାଈ ମାନଙ୍କୁ ଗୁହାଳକୁ ନେଉଥିବା ବେଳେ ହଟାତ ବଜ୍ରଘାତ ର ଶିକାର ହୋଇଥିବା ସହ ପାଖର ଥିବା ଗୋଟିଏ ଗାଈ ମଧ୍ୟ ବଜ୍ରଘାତ ଶିକାର ହୋଇଥିଲା ।


ଫଳ ରେ ପାଖାପାଖି ଥିବା ଗ୍ରାମବାସୀ ଦେଖି ସୋରଡା ଅଗ୍ନିସମ ଭିଭାଗ କୁ ସୂଚନା ଦେଇଥିଲେ ।

ସୂଚନା ପାଇ ଘଟଣା ସ୍ଥଳ ରେ ଅଗ୍ନିସମ ବହିନୀ ପହଞ୍ଚି ମୁରଲିଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ।

ସେଠାରେ ଡାକ୍ତର ମୁରଲିକୁ ମୃତ ଘୋଷଣା କରିଥିଲେ ।



