Sunday, October 18, 2026
Home ଆଞ୍ଚଳିକ ଆସିକାରେ ଶ୍ରମିକ ଦିବସ ପାଳିତ ।

ଆସିକାରେ ଶ୍ରମିକ ଦିବସ ପାଳିତ ।

125

ଆସିକା , ୦୧/୦୫/୨୨ ( ଜିଲ୍ଲା ଖବର ) : ଆସିକା ଏନ ଏ ସି ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇ ଏକ ସଚେତନ ରାଲିରେ ଅଧ୍ୟକ୍ଷା ବିନେତା ସ୍ବାଇଁ ନେତୁତ୍ବରେ ନିର୍ବାଚିତ କାଉସିଲର ଓ କର୍ମଚାରୀ ମାନେ ଏକ ସଚେତନ ରାଲି ରେ ସହର ପରିକ୍ରମା କରିଥିଲେ । ସେହିଭଳି ଚିନିଶିଳ୍ପ ଶ୍ରମିକ ସଙ୍ଘ ତଥା ଏଆଇଟିଉସି କାର୍ଯ୍ୟାଳୟ ଠାରେ ଶ୍ରମିକ ଦିବସ ପାଳନ ହୋଇଛି । ପତକା ଉତ୍ତୌଳନ ପରେ ସରକାରଙ୍କ ଶ୍ରମିକ ମାରଣ ନିତିକୁ ତିବ୍ର ବିରୋଧ କରାଯାଇଥିବାବେଳେ ଚିନିଶିଳ୍ପକୁ ଘରୋଇ କରଣ ଏବଂ ବିକ୍ରୀ ପାଇଁ ଚାଲିଥିବା ମସୁଧାକୁ ବରଦାସ୍ତ କରାଯିବନାହିଁ ବୋଲି ଚେତାବନୀ ଦେଇ ଶ୍ରମିକ ମାନେ ସପଥ ପାଠ କରିଥିଲେ । ଉପଦେଷ୍ଟା ବିଦେଶୀ ନାହକ , ସମ୍ପାଦକ ପ୍ରଫୁଲ୍ଲ ନାହକ ନେତୁତ୍ବରେ ଶ୍ରମିକ ଦିବସ ପାଳନ ହୋଇଥିଲା ।