Friday, November 13, 2026
Home ଆଞ୍ଚଳିକ ଜଳଛତ୍ରକୁ ଉଦ୍ଘାଟନକରି ବିଧାୟିକା ବାଣ୍ଟିଲେ ଘୋଳ ଦହି।

ଜଳଛତ୍ରକୁ ଉଦ୍ଘାଟନକରି ବିଧାୟିକା ବାଣ୍ଟିଲେ ଘୋଳ ଦହି।

48


ଆସିକା, ୦୧/୦୫/୨୨ ( ଜିଲ୍ଲା ଖବର ) : ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଥିବା ଯାତ୍ରୀ ତଥା ବାଟୋଇଙ୍କୁ ଆସିକା ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ବିଧାୟିକାଙ୍କୁ ଧରି ବିଭିନ୍ନ ଛକ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ଘୋଳ ଦହି ଓ ଚଲ୍ହା ବଣ୍ଟନ କରିଥିଲେ।

ଆସିକା ବିଜୁ ଛାତ୍ର ଜନତା ଦଳ ତରଫରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛକ, ବିଜୁ ପଟ୍ଟନାୟକ ଛକ, କଲେଜ ଛକ ଓ ଚାରି ମଇଲ ଛକ ଠାରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଜଳଛତ୍ର ଷ୍ଟଲକୁ ଉଦଘାଟନ କରିଥିଲେ l

ଏହି ଜଳଛତ୍ର ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ, ଅନିମା ପରିଡା,ଦଳର ଛାମୁଆ ନେତା ନଚିକେତ ସ୍ୱାଇଁ, ଅଭିମନ୍ୟୁ ନାହାକ,ସତ୍ୟନାରାୟଣ ସ୍ୱାଇଁ,ଦିଲ୍ଲୀପ ପାଣିଗ୍ରାହୀ,ଭଗବାନ ସାହୁ,ମନୋଜ ଦୋରା, ଓ କର୍ମୀ ମାନେ ଜଳ ଛତ୍ର ପାଇଁ ସହଯୋଗ କରିଥିଲେ।

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଯୁବନେତା ଓ କର୍ମୀମାନେ ଯୋଗଦେଇଥିଲେ।