
ନବରଙ୍ଗପୁର , ୦୧/୦୫/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ଦ୍ଵାରା ଜିଲ୍ଳା ସ୍ତରୀୟ ଅନ୍ତରଜାତୀୟ ଶ୍ରମିକ ଦିବସ ୨୦୨୨ ନବରଙ୍ଗପୁର ସାଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।


ସେଥିରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ସଦାଶିବ ପ୍ରଧାନୀ,ଡାବୁଗାଁ ବିଧାୟକ ମନହର ରନ୍ଧାରୀ,ନବରଙ୍ଗପୁର ମୁନ୍ସିପାଲଟି ଚେରମ୍ୟାନ ଶ୍ରୀ ଯୁକ୍ତ କୁନୁ ନାୟକ, ନବରଙ୍ଗପୁର ଜିଲ୍ଳା ପରିଷଦ ଅଧକ୍ଷ୍ୟ ଶ୍ରୀ ଯୁକ୍ତ ମତିରାମ ନାୟକ ଅତିତିକ୍ତ ଜିଲ୍ଳାପାଳ ଭାସ୍କର ରଇତ,


ପ୍ରକଳ୍ପ ନିର୍ଦେଶକ ନବରଙ୍ଗପୁର ଶ୍ରୀ ରତ୍ନାକର ସାହୁ ନନ୍ଦାହାଣ୍ଡି ବ୍ଲକ ଚେରମେନ ଶ୍ରୀ ମୋତୀ ରଶ୍ମିତା ମାଝୀ ନବରଙ୍ଗପୁର ବ୍ଳକ ଚେରମେନ ଶ୍ରୀ ଶରତ ଭତରା ଉପସ୍ଥିତ ଥିଲେ l

ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ କୁବେର ବେହେରା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଓ କିଭଳି ଶ୍ରମିକ ମାନେ ନିର୍ଯ୍ୟାତନାର ଶିକାର ହେଉଥିଲେ ।

ସରକାରଙ୍କ ଯୋଜନାରୁ ଅଧିକ ରୁ ଅଧିକ ଲୋକ କିଭଳି ଲାଭ ପାଇପାରିବେ ଏବଂ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯିବେ ନାହିଁ ସେଥିପ୍ରତି ସଚେତନ ହେବାପାଇଁ ଅନୁରୋଧ କରିଥିଲେ l


ଶ୍ରମିକ ମାନଙ୍କର ନିଜର ଅଧିକାର ଏହି ସମାଜରେ ଶ୍ରମିକର ଭୂମିକା କଣ ଅତିଥି ମାନେ ମତବ୍ୟକ୍ତ କରିଥିଲେ l

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଜନ୍ମ ଠାରୁ ମୃତ୍ୟୁ ପଯ୍ୟନ୍ତ ସହାୟତା ରହିଛି l

ଏହି ଯୋଜନାରେ ୭୯୧ ଜଣଙ୍କୁ ସ୍କୁଲ ସହାୟତା, ୩୭୦ ଜଣଙ୍କୁ ଝିଅ ବାହାଘର ସହାୟତା, ୧୪୪ ଜଣଙ୍କୁ ଉପକରଣ ସହାୟତା,୬୧ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ୬୧ ଜଣଙ୍କୁ ଫେଟନେରୀ ସହାୟତା ମୋଟ ୧୬୨୭ ଜଣଙ୍କୁ ୩୫୩୬୧୮୦୦କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବାର ସୂଚନା ଦେଇଛନ୍ତି ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀ ବେହେରା l

ଏହି କାର୍ଯ୍ୟକ୍ରମ କୁ ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଳା ପ୍ରଶାସନ ଦ୍ଵାରା ଆୟୋଜନ କରାଯାଇଥିଲା l

ନବରଙ୍ଗପୁରରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟଙ୍କ ଜିଲ୍ଲା ଖବର।



