Home ଆଞ୍ଚଳିକ ଅସହାୟ ବୃଦ୍ଧାଙ୍କ କରୁଣ ଅବସ୍ଥା।

ଅସହାୟ ବୃଦ୍ଧାଙ୍କ କରୁଣ ଅବସ୍ଥା।

112

ଭଞ୍ଜନଗର , ୦୧/୦୫/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଉଁସଲଉଣ୍ଡି ପଞ୍ଚାୟତ ର ଗାମୁଣ୍ଡି ଗ୍ରାମ କୁମ୍ଭାର ସାହିର ୭୫ ବର୍ଷୀୟ ବୃଦ୍ଧା ସୁନ୍ଦରୀ ବେହେରା ଅସହାୟ ଅବସ୍ଥାରେ ଭଙ୍ଗା ଦଦରା ଘରେ ପଡି ରହିଛନ୍ତି। ପରିବାର କହିଲେ କେହି ନାହାନ୍ତି।

ବୟସର ଶେଷ ସମୟରେ ସାହାରା ବୋଲି କେହି ନାହିଁ।ଦିନେ ଖାଇଲେ ଦିନେ ନାହିଁ। କେହି ଗଣ୍ଡେ ଦେଲେ ଖାଉଛନ୍ତି।ଘରେ ଭଙ୍ଗା ବାସନ କୁସନ ଛଡା କିଛି ନାହିଁ। ପଡିସା ଘର ଜଣେ ବ୍ୟକ୍ତି ସାହେବ ସାହୁ ଦି ଓଳି ଖାଇବାକୁ ଦିଅନ୍ତି।ଘର ବିକ୍ରି ହୋଇ ଯାଇଛି କିନ୍ତୁ ଘର କିଣିବା ଲୋକ ସେମିତି କିଛି ଦାବି କରୁନି ।

ସ୍ୱାଧୀନତା ର ୭୫ ବର୍ଷ ରେ ମଧ୍ୟ କିଛି ପରିବର୍ତ୍ତନ ନାହିଁ। ବୃଦ୍ଧା ଙ୍କ ନା ଅଛି ରାସନ କାର୍ଡ ନା ଇନ୍ଦିରା ଆବାସ ଯୋଜନା।ଭତ୍ତା ମିଳୁଛି। ସେହିପରି ଭଞ୍ଜନଗର ସହର ର ଡେରା ସାହିର ୭୦ ବର୍ଷୀୟ ବୃଦ୍ଧ ଯୁଗଳ ପାତ୍ର ଯିଏ କି ପକ୍ଷା ଘାତ ରୋଗରେ ପୀଡିତ । ଖାଇବାକୁ ଗଣ୍ଡେ ମିଳୁନି,ବଡ କଷ୍ଟରେ ଚାଲୁ ଛନ୍ତି।

ସରକାର ଙ୍କ କେବେ ଦୃଷ୍ଟି ପଡିବ କେବେ ବଦଳିବ ଏପରି ଅସହାୟ ମହିଳାଙ୍କ ଜୀବନ।କଣ ସତରେ ସରକାରଙ୍କ ମା କୁ ସମ୍ମାନ ନୀତି କାମ କରିବା।