
ବେଲଗୁଣ୍ଠା , ୦୧/୦୫/୨୨ ( ଜିଲ୍ଲା ଖବର ) : ଭାରତବର୍ଷର ୭୫ ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ରେ ଏକ ବ୍ଳକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି I
ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ସ୍ଵାସ୍ଥ୍ୟମେଳାକୁ ଉଦ୍ଘାଟନ କରିଥିଲେ I


କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ,ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ବେଲଗୁଣ୍ଠା ଗୋଷ୍ଠୀ ଊନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ବେଲଗୁଣ୍ଠା ତହସିଲଦାର ଧରଣୀଧର ବେହେରା , ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ,


କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ ପାତ୍ର ଏବଂ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ମେଳାରେ ଅଂଶଗ୍ରହଣ କରିବା ପାଇଁ ଜନ ସାଧାରଣଙ୍କୁ ଉତ୍ସାହିତ କରିଥିଲେ I


ଏହି ସ୍ଵାସ୍ଥ୍ୟ ମେଳାରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଏବଂ କର୍ମଚାରୀଙ୍କ ସମେତ ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ଭଗବାନ ସାହୁ,ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ମହାପାତ୍ର,

ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅନୀଲ ଚୌଧୁରୀ ଏବଂ ଭେଷଜ ବିଭାଗର ଡ଼ାକ୍ତର ସୀମାଞ୍ଚଳ ମହାରଣା ଉପସ୍ଥିତ ରହି ଲୋକଙ୍କ ସ୍ଵାସ୍ଥ୍ୟ ଯାଞ୍ଚ୍ ଏବଂ ଚିକିତ୍ସା କରିଥିଲେ I

ଏହି ଅବସରରେ ଭେଷଜ ବିଭାଗରେ ସର୍ବାଧିକ ୧୩୯ ଜଣଙ୍କର ସ୍ୱାସ୍ଥ୍ୟ ଯାଞ୍ଚ୍ ହୋଇଥିବା ବେଳେ ଶିଶୁ ବିଭାଗରେ ୫୫ , ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ୧୧୯ ,ଦାନ୍ତ ବିଭାଗରେ ୧୮ ,


ଚକ୍ଷୁ ବିଭାଗରେ ୯୧ , ହୋମିଓପାଥିକ ବିଭାଗରେ ୬୯ , ଆୟୁର୍ବେଦିକ୍ ବିଭାଗରେ ୯୬ , ଯୋଗ ବିଭାଗରେ ୨୦ ,ଅଣସଂକ୍ରମିତ ରୋଗ ସ୍କ୍ରିନିଂ ବିଭାଗରେ ୫୮ , ଟିବି ସ୍କ୍ରିନିଙ୍ଗ୍ ରେ ୬୦ ,



ଆଇସିଟିସି କାଉନସେଲିଂରେ ୩୬ ଏବଂ ଇ-ସଞ୍ଜିବନୀ ବିଭାଗରେ ୧୦ ଜଣଙ୍କ ସ୍ଵାସ୍ଥ୍ୟ ଯାଞ୍ଚ୍ କରାଯିବା ସହିତ ଆଯୂଷ୍ମାନ୍ ଭାରତ ଯୋଜନାରେ ୫୦ ଜଣ ହିତାଧିକାରୀଙ୍କୁ ସ୍ଵାସ୍ଥ୍ୟ କାର୍ଡ୍ ବଣ୍ଟନ କରାଯାଇଥିଲା I



