
ଶେରଗଡ ( ଜିଲ୍ଲା ଖବର ) : ଶେରଗଡ଼ ବ୍ଲକ ଅନ୍ତର୍ଗତ କେ.କରଡାକଣା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କାଳିଚରଣ ଚୌଧୁରୀ ଙ୍କ ସଭାପତିତ୍ବରେ ପରିଚାଳନା ହୋଇଥିବା ବେଳେ SMC ସଭାପତି ଶ୍ରୀ ଯୋଗେନ୍ଦ୍ର ବିଷୋୟୀ ଯୋଗଦେଇ ଥିଲେ । ଶେରଗଡ ବିଡ଼ିଓ ମୁଖ୍ୟ ବକ୍ତା ଭାବେ ଶ୍ରୀ ସୁରଞ୍ଜନ ସାହୁ ମୁଖ୍ୟ ଅତିଥି ଶ୍ରୀମତୀ ସାରସ ସ୍ୱାଇଁ , ସମ୍ମାନିତ ଅତିଥି ଶ୍ରୀ ପ୍ରକାଶ ଚନ୍ଦ୍ର ଜାନୀ, ଶ୍ରୀ ନବୀନ ଚନ୍ଦ୍ର ପାଢ଼ୀ, ଶ୍ରୀ ହୀନ ବେହେରା, ଶ୍ରୀ ସୁଦର୍ଶନ ନାୟକ, ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଯୋଗଦେଇ ଥିଲେ। ଏହି ଉତ୍ସବ ରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏବଂ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ୩୮ ଜଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ତତ୍ ସହିତ ୨୦୧୮-୧୯ ବର୍ଷ NNMS ରେ କୃତିତ୍ୱ ହାସଲ କରିଥିବା ସ୍ମୃତି ଗୌଡଙ୍କୁ ଓ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଆୟୁଷ୍ମାନ ମଲ୍ଲିକଙ୍କୁ ପୁରସ୍କୃତ କରାଯାଇଥିଲା ।



