Home ଆଞ୍ଚଳିକ ବଜ୍ରାଘାତ ରେ ମହିଳା ମୃତ ।

ବଜ୍ରାଘାତ ରେ ମହିଳା ମୃତ ।

67

ଆସିକା , ୦୧/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆସିକା ଥାନା କର୍ପୁର ନୂଆଗାଁରେ କାଳବୈଶାଖୀ ବଜ୍ରାଘାତ ନେଲା ଜଣେ ମହିଳା ଙ୍କ ଜୀବନ l ମୃତ ମହିଳା ହେଲେ ୪୫ ବାର୍ଷିୟା ରଞ୍ଜୁ ବେହେରା l

ସନ୍ଧ୍ୟା ରେ ରଞ୍ଜୁ ଗାଁ ନିକଟ ନଦୀକୁ ଶୌଚ ହୋଇ ଫେରୁଥିବା ବେଳେ ବଜ୍ରାଘାତ ର ଶିକାର ହୋଇଥିଲେ ରଞ୍ଜୁ l

ତାଙ୍କୁ ପରିବାର ବର୍ଗ ଓ ଗ୍ରାମବାସୀ ମିଶି ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l

ଖବର ପାଇ ଆସିକା ପୋଲିସ ମେଡ଼ିକାଲରେ ପହଞ୍ଚି ଶବ ଜବତକରି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ରଞ୍ଜୁ ଙ୍କ ସ୍ୱାମୀ ୨ ବର୍ଷ ପୂର୍ବେ କେନସେର ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କ ର ମୃତ୍ୟୁ ଘଟିଛି l

ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି l ମା ରଞ୍ଜୁ ମୁଲଲାଗି ଟଙ୍କା ଆଣିଲେ ତାଙ୍କ ପରିବାର ଚଳୁଥିଲା l

ବର୍ତ୍ତମାନ

ପରିବାର ବେସାହାରା ହୋଇଯାଇଥିବା ବେଳେ ସରକାରୀ ସହାୟତା ଦାବି କରିଛନ୍ତି ଅଞ୍ଚଳବାସୀ l