Wednesday, November 11, 2026
Home ଆଞ୍ଚଳିକ ବିଶ୍ୱ ପ୍ରାଣୀ ସମ୍ପଦ ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ବ୍ୟକ୍ତିତ୍ଵ ସମ୍ବର୍ଦ୍ଧିତ ।

ବିଶ୍ୱ ପ୍ରାଣୀ ସମ୍ପଦ ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ବ୍ୟକ୍ତିତ୍ଵ ସମ୍ବର୍ଦ୍ଧିତ ।

92

ବ୍ରହ୍ମପୁର , ୩୦/୦୪/୨୨ ( ଜିଲ୍ଲା ଖବର ) : ବିଶ୍ୱ ପ୍ରାଣୀ ସମ୍ପଦ ଦିବସ ଅବସରରେ ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ୩୦ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼ ଦେବରାଜ ବେହେରା ଯୋଗଦେଇ ୫୦ରୁ ଉର୍ଦ୍ଧ୍ବ କୁକୁରଙ୍କୁ ଜଳାତଙ୍କ ଟିକା ଦିଆଯାଇଥିଲା।

ଏହାପରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ସ୍ଥିତ ୟୁନିୟନ କ୍ଲବ ପରିସରରେ ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ଦେବରାଜ ବେହେରାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଡ଼ଃ ଦେବାନନ୍ଦ ପାତ୍ର, ଛତ୍ରପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ, ଡ଼ଃ ପ୍ରଦିପ୍ତ କୁମାର ସାହୁ, ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ, ଡ଼ଃ ଅରବିନ୍ଦ ବେହେରା,

ବ୍ରହ୍ମପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ, ଡ଼ଃ ରବିନାରାୟଣ ପଣ୍ଡା, ଛତ୍ରପୁର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଓ ଡ଼ଃ ଶିବ କୁମାର ମହାନ୍ତି, ଛତ୍ରପୁର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ, ପ୍ରାଣୀ ଚିକିତ୍ସକ କିରଣ ବିଷୋୟୀ ଓ ବିଭୂ ପ୍ରସାଦ ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ୨୦୨୧-୨୦୨୨ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ୭ ଜଣ ଚାଷୀ, ୫ ଜଣ ପଶୁ ଧନ ଚିକିତ୍ସକ, ୩ ଜଣ ପ୍ରାଣୀ ଧନ ନିରୀକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଥି ସହିତ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବଡକୁସସ୍ଥଳି ଗ୍ରାମର ଶ୍ରୀଗଣେଶ ଓ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପଲ୍ଲୀ ପଦ୍ମନାଭପୁର ଗ୍ରାମର ମାଁ ବିରଜାଈ ୨ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କାର୍ଯ୍ୟାଦେଶ ପାଇଁ ସିକୃତି ପତ୍ର ପ୍ରଦାନ କରାଯାଇଥିଲା।