
ଭଞ୍ଜନଗର , ୩୦/୦୪/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ଓକିଲ ସଂଘ ତରଫରୁ ଓକିଲ ଦିବସ ପାଳନ ହୋଇଯାଇଛି। ଭଞ୍ଜନଗର ଓକିଲଙ୍କ ସମ୍ମିଳନୀ କକ୍ଷରେ ଏକ ସଭାରେ ଭଞ୍ଜନଗର ସମସ୍ତ ଓକିଲ ଯୋଗଦେଇଥିଲ।

ନୂତନ ଭାବେ ଓକିଲ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
ଓକିଲ ସଂଘ ସଭାପତି ସନ୍ତୋଷ କୁମାର ନାୟକ, ଉପ ସଭାପତି ଧୀରେନ କୁମାର ସ୍ୱାଇଁ,ସମ୍ପାଦକ ଅମରେଶ କୁମାର ମହାପାତ୍ର,ସହ ସମ୍ପାଦକ ଚନ୍ଦ୍ରମଣି ମହାପାତ୍ର, କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ ପ୍ରମୁଖ ଯୋଗଦେଇ ଥିଲେ।

ସହର ର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତଥା ସାହିତ୍ୟିକ ଯୋଗଦେଇଥିଲେ।ପ୍ରଥମେ ଭଞ୍ଜ ସଙ୍ଗୀତ କାଞ୍ଚନ କଳା କେନ୍ଦ୍ର କଳାକାର ମାନଙ୍କ ଦ୍ୱାରା ହୋଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ଦିବାକର ନାୟକ,ବିରେନ୍ଦ୍ର ବିଷୋୟୀ,ଅଭିମନ୍ୟୁ ଗୌଡ଼, ଅଦିନି, ସୋମନାଥ ନାୟକ ପ୍ରମୁଖ ଯୋଗଦେଇ ଥିଲେ।


