Saturday, November 14, 2026
Home ଆଞ୍ଚଳିକ ବରିଷ୍ଠ ଫାର୍ମାସିଷ୍ଟ ଜଗନ୍ନାଥ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳିତ।

ବରିଷ୍ଠ ଫାର୍ମାସିଷ୍ଟ ଜଗନ୍ନାଥ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳିତ।

49


ବ୍ରହ୍ମପୁର , ୩୦/୦୪/୨୨ ( ଜିଲ୍ଲା ଖବର ) : ବରିଷ୍ଠ ଫାର୍ମାସିଷ୍ଟ ସ୍ବର୍ଗତ ଜଗନ୍ନାଥ ଦାସଙ୍କ ୨୦ ତମ ଶ୍ରାଦ୍ଧ ଉତ୍ସବ ଶନିବାର ଦିନ ନୂଆ ବାରାକ୍ସ ସାହି ସ୍ଥିତ ବାସଭବନରେ ପାଳିତ ହୋଇଯାଇଛି। କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ମଧ୍ୟ ଏହି ସ୍ମୃତି ସଭାକୁ ବାତିଲ କରାଯାଇଥିଲା। ସ୍ବର୍ଗତ ଦାସ ଓଡ଼ିଶାର ପ୍ରଥମ ଏମ୍, ଏଲ୍, ସ୍କ୍ରାଫ ଜାତୀୟ ପୁରସ୍କାର ଫାର୍ମାସୀ କ୍ଷେତ୍ରରେ ପାଇଥିବାବେଳେ ତାଙ୍କ ଉଦ୍ୟମରେ ବ୍ରହ୍ମପୁର ଉପକଣ୍ଠ ମହୁଡା ଠାରେ ଓଡ଼ିଶାର ପ୍ରଥମ ଫାର୍ମାସୀ କଲେଜ୍ ପ୍ରତିଷ୍ଠା ହୋଇପାରିଥିଲା। ସେ ଜଣେ ସ୍ବାଧୀନତା ସଂଗ୍ରାମୀ , ମିଷ୍ଟଭାଷୀ , ପରୋପକାରୀ ବ୍ୟକ୍ତି ଥିଲେ। ଫାର୍ମାସୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୧ ମସିହାରେ ତତ୍କାଳୀନ ରାଜ୍ୟପାଳ ଏମ୍ , ଏମ୍, ରାଜେନ୍ଦ୍ରନ ସ୍ବର୍ଗତ ଦାସଙ୍କୁ ଲାଇଫ ଟାଇମ ଏଚିଭମ୍ୟାଣ୍ଟ ଆୱର୍ଡରେ ସମ୍ମାନିତ କରିଥିଲେ ବୋଲି ତାଙ୍କ ପୁଅ ପ୍ରଶାନ୍ତ କୁମାର ଦାସ କହିଥିଲେ।