Home ଆଞ୍ଚଳିକ ଏନଆରସି ଓ ସିଏଏକୁ ବିରୋଧ କରି ସି.ପି.ଆଇ(ଏମ) ଓ ସିପିଆଇ ମିଳିତ ପ୍ରତିବାଦ

ଏନଆରସି ଓ ସିଏଏକୁ ବିରୋଧ କରି ସି.ପି.ଆଇ(ଏମ) ଓ ସିପିଆଇ ମିଳିତ ପ୍ରତିବାଦ

24


ଗଜପତି (ଜିଲ୍ଲା ଖବର) : ପାରଳାଖେମୁଣ୍ଡି ଠାରେ ସି. ପି. ଆଇ(ଏମ) ଓ ସି. ପି. ଆଇ ପକ୍ଷରୁ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ଜାତୀୟ ପଞ୍ଚିକରଣ ଆଇନକୁ ବିରୋଧ କରାଯାଇ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଦେଶର ଖ୍ରୀଷ୍ଟୀଆନ, ମୁସଲମାନ ଓ ଦଳିତ ଆଦିବାସୀ ଛାତ୍ରଛାତ୍ରୀ, ଯୁବକ ମାନେ ଏହି ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଛନ୍ତି ବୋଲି ବାମପନ୍ଥୀ ଦଳଗୁଡିକ ପକ୍ଷରୁ ବିରୋଧ କରାଯାଇଛି। ସେହିପରି ବିଭିନ୍ନ ହିଂସାମକ୍ ଅନ୍ଧୋଳନ ଦେଖିବାକୁ ମିଳିଛି ବୋଲି ମିଥ୍ୟା ପ୍ରଚାର କରୁଥିବା ଗଣମାଧ୍ୟମକୁ ମଧ୍ୟ ବାମପନ୍ଥୀ ଦଳ ଗୁଡିକ ପକ୍ଷରୁ ନିନ୍ଦା କରାଯାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ପୋଲିସ ନିଜେ ପେଟ୍ରୋଲ ପକାଇ ପୋଡାଜଳା କରିଛନ୍ତି କିନ୍ତୁ ଅାନ୍ଧୋଳନକାରିକ ନାମରେ ମିଥ୍ୟା ମୋକଦ୍ଦମା ରୁଜୁ କରାଯାଇଛି ଏହା ଏକ ନିନ୍ଦନୀୟ ବୋଲି ପ୍ରତିବାଦ ଶୋଭାଯାତ୍ରାରେ କୁହାଯାଇଛି। ଭାରତ ଦେଶକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯେଉଁ ଜଘନ୍ୟ ଷଡଯନ୍ତ୍ର କରାଯାଇଛି ତାକୁ ଦେଶବାସୀ କେବେ କ୍ଷମାଦେବେନୀ ବୋଲି ଏହି ଆନ୍ଦୋଳନ କୁହାଯାଇଛି। ଏହି ପ୍ରତିବାଦକୁ ସାମର୍ଥ ଜଣାଇ ଗଜପତି ଜିଲ୍ଲା ଶାଖା ସିପିଆଇ (ଏମ) ଓ ସିପିଆଇ ପକ୍ଷରୁ ସ୍ଥାନୀୟ କଲେଜ ଛକ ନିକଟରେ ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ସିପିଆଇ(ଏମ)ର ରାଜ୍ୟ କମିଟି ସଦସ୍ୟ ଜତୀନ ମହାନ୍ତି, ସିପିଆଇର ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତ, ସିପିଆଇ ରାଜ୍ୟ ସମ୍ପାଦକ ଜେନା ସୁବାସ ଚନ୍ଦ୍ର ରାଓଙ୍କ ସହ ବହୁ ସାଙ୍ଗଠନିୟ ନେତା ଉପସ୍ଥିତ ଥିଲେ।

ରିପୋର୍ଟ – ପ୍ରଭାତ କୁମାର ପାତ୍ର