Home ଅପରାଧ MKCG ମେଡିକାଲରେ DMRT ଛାତ୍ର ଛାତ୍ରୀଙ୍କୁ ଅସଦାଚରଣ ଆକ୍ରମଣ ଫଳରେ ଛାତ୍ର ଛାତ୍ରୀ ମାନଙ୍କ ଧାରଣା...

MKCG ମେଡିକାଲରେ DMRT ଛାତ୍ର ଛାତ୍ରୀଙ୍କୁ ଅସଦାଚରଣ ଆକ୍ରମଣ ଫଳରେ ଛାତ୍ର ଛାତ୍ରୀ ମାନଙ୍କ ଧାରଣା ରୋଗୀ ସେବା ଠପ।

83

ବ୍ରହ୍ମପୁର, ୩୦/୦୪/୨୨ ( ଜିଲ୍ଲା ଖବର ) : ଦକ୍ଷିଣ ଓଡିଶାର ଏକ ମାତ୍ର ବଡ ମେଡିକାଲ ରୂପେ ବ୍ରହ୍ମପୁରର MKCG ମେଡିକାଲ ସାରା ଓଡିଶାରେ ପରିଚିତ । ଏଠାକୁ ଜିଲ୍ଲା ଓ ଜିଲ୍ଲା ବାହାରର ବହୁତ ରୋଗୀ ନିର୍ଭର କରି ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି ବହୁତ ଭଲ ହୋଇ ଯାଆନ୍ତି । କିନ୍ତୁ ବେଳେବେଳେ ସାମାନ୍ୟ କଥାରୁ ରୋଗୀର ସମ୍ପର୍କିୟ ମାନେ କର୍ତ୍ତବ୍ୟରତ କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥାନ୍ତି ।

ଯେମିତି ଶୁକ୍ରବାର ଦିନ ଘଟଣା ଘଟିଛି ଜଣେ ରୋଗୀ ଏକ୍ସରେ ପାଇଁ ବିଭାଗର ପହଞ୍ଚି ଥିଲେ। ସମୟ ହୋଇଯାଇ ଥିବା ଯୋଗୁଁ ପ୍ରଥମେ ନାହିଁ କରିଥିଲେ କିନ୍ତୁ ରୋଗୀ ସମ୍ପର୍କୀୟ ଜିଦ କରି ଯୁକ୍ତିତର୍କ କରିବାରୁ ଏକ୍ସରେ କରିଥିଲେ । କିନ୍ତୁ ସେହି ଯୁବକ ଜଣକ ଯୁକ୍ତି କରି ପ୍ରଥମେ ନାହିଁ କଲା କାହିଁକି କହି ଅସଦାଚରଣ ସହ ମାଡ ମାରିଥିଲେ ।

ଏଥି ନେଇ DMRT ଛାତ୍ର ଛାତ୍ରୀ ମାନେ ପ୍ରଥମେ ମେଡିକାଲ ସୁପର ର୍ଟେଣ୍ଡ, ମେନେଜର ଓ B.N. ପୁର ଥାନାରେ ଜଣାଇଥିଲେ । କିଛି ପଦକ୍ଷେପ ନ ନେବାରୁ ଆଜି ସକାଳୁ ସେମାନେ ଧାରଣା ଦେଇଥିଲେ ଓ MKCG ମେଡିକାଲରେ ନର୍ସିଙ୍ଗ ଛାତ୍ର ଛାତ୍ରୀଙ୍କୁ ଅସଦାଚରଣ ଆକ୍ରମଣ ଫଳରେ ନିଜର ସୁରକ୍ଷା ଓ ବିଭିନ୍ନ ଦାବି ନେଇ ଛାତ୍ର ଛାତ୍ରୀ ମାନେ ଧାରଣା ଦେଇଥିଲେ ।

ଯା ଫଳରେ ରୋଗୀ ସେବାସମ୍ପୂର୍ଣ ଠପ ହୋଇଯାଇଥିଲା ପରେ ପୋଲିସ SDPO ବିଷ୍ଣୁ ପ୍ରସାଦ ପତି ଓ ମେଡିକାଲ କର୍ତ୍ତୃପକ୍ଷ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ଫଳରେ କିଛି ସମୟ ପରେ ଧାରଣାରୁ ଉଠି ଯାଇଥିଲେ। କିନ୍ତୁ ଦାବି ପୂରଣ ନ ହେଲେ ପୁଣି ଧାରଣା ରେ ବସିବେ ବୋଲି କହିଛନ୍ତି ।