Wednesday, November 11, 2026
Home ଆଞ୍ଚଳିକ ୨କୋଟି ୮୬ଲକ୍ଷ ଟଙ୍କାର ବ୍ୟୟ ରେ ଜଗତା ଘାଇର ପୁନଃରୁଦ୍ଧାର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ।

୨କୋଟି ୮୬ଲକ୍ଷ ଟଙ୍କାର ବ୍ୟୟ ରେ ଜଗତା ଘାଇର ପୁନଃରୁଦ୍ଧାର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ।

75

ବେଗୁନିଆ ପଡ଼ା, ୩୦/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ସର୍ବ ପୁରାତନ ଜଗତା ଘାଇ ମାରିଡି ର ପୁନଃରୁଦ୍ଧାର ଓ ଉନ୍ନତି କରଣ ଲାଗି ବଡ ପଦକ୍ଷେପ ନେଲେ ଓଡ଼ିଶା ସରକାର

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ,ବହୁଦିନ ଧରି ୧୦ ରୁ ୧୨ ଗ୍ରାମର ଚାଷୀମାନେ ଏହି ଘାଇ ର ପୁନଃ ଉଦ୍ଧାର ପାଇଁ ଦାବି କରିଆସୁଥିଲେ ଏନେଇ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନଙ୍କୁ ଜଣାଇଥିଲେ l

ହେଲେ ବହୁଦିନ ପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଏହି ଘାଇ ଉପରେ ପଡିଛି, ଯାହାରି ଫଳରେ ଉନ୍ନତିକରଣ ପାଇଁ ଆଜି କବିସୂର୍ଯ୍ୟ ନଗର ବିଧାୟିକା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତ ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛିl

ଏହାକୁ ଦୃଷ୍ଟିରେ ରଖି ବିଧାୟିକା ଙ୍କ ତତ୍ତ୍ୱାବଧାନରେ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ଓ କେନ୍ଦ୍ର ସରକାରଙ୍କ ବିଶ୍ୱ ବ୍ୟାଙ୍କ ସହାୟତା ରେ

ଏହାର ପୁନଃ ଉଦ୍ଧାର କାର୍ଯ୍ୟକ୍ରମ ଯଥା ଶୀଘ୍ର କରାଯାଇ ଆଖପାଖ ଅଞ୍ଚଳର ସମସ୍ତ ଚାଷୀମାନେ ଏହାର ସୁବିଧା ପାଇ ପାରିବେ ବୋଲି ମୁଖ୍ୟ ବିଭାଗୀୟ ଅଧିକାରୀ କହିଛନ୍ତି ।