
କବିସୂର୍ଯ୍ୟନଗର , ୩୦/୦୪/୨୨ ( ଜିଲ୍ଲା ଖବର ) : କବିସୂର୍ଯ୍ୟନଗର ମେଡିକାଲ ଠାରେ ଡ଼କ୍ଟରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ବରଣ କରିଥିବା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡ଼ିଆଳି ଗ୍ରାମର ପାର୍ବତୀ ନାୟକଙ୍କ ପରିବାରକୁ ସମବେଦନା ଜଣାଇ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ସମସ୍ତ ସମୟରେ ସହଯୋଗ ଯୋଗାଇବା ପାଇଁ ପ୍ରତିଶୃତି ଦେଲେ ଘୁମୁସର ବିଜେପି ଯୁବ ମୋର୍ଚା ସଭାପତି ପ୍ରମୋଦ ପଣ୍ଡା ଭାଇ ।
ଏହି ସମୟରେ ଗୁଡ଼ିଆଳି ଗ୍ରାମର ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ !


