ନବରଙ୍ଗପୁର କଳାହାଣ୍ଡି ପାଇଁ ସୁଗମ କମଦୂର ପଡେ ଢୁଲୁ ଘାଟି ରାସ୍ତା।

81

ନବରଙ୍ଗପୁର / କଳାହାଣ୍ଡି , ୩୦/୦୪/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ର ଜନସାଧାରଣ ଙ୍କ ମଧ୍ୟରେ ଅନେକ ସମାନତା ରହିଛି, ଆଚାର ବ୍ୟବହାର, ଚାଲିଚଳନ, ସଂସ୍କୃତି, ପରମ୍ପରା ପ୍ରାୟ ଏକ ପ୍ରକାର ଏହି ସଂପର୍କ ସୃଷ୍ଟି ଆରମ୍ଭ ରୁ ରହିଛି।

ଦୁଇ ଜିଲ୍ଲାର ଲୋକଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ମଧ୍ୟ ଦେଖିବାକୁ ମିଳେ କିନ୍ତୁ ଭୌଗଳିକ ଦୃଷ୍ଟି କୋଣରୁ ଦୁଇ ଜିଲ୍ଲା କୁ ପୂର୍ବଘାଟ ପର୍ବତମାଳା ବିଚ୍ଛିନ୍ନ କରି ରଖିଛି, ଦୁଇ ଜିଲ୍ଲାର ଗ୍ରାମ ଗୁଡ଼ିକ ପାଖାପାଖି ଥିଲେ ମଧ୍ୟ ପୂର୍ବଘାଟ ପର୍ବତମାଳା ଯୋଗୁଁ ଦୁରତ୍ଵ ବଢ଼ି ଯାଉଛି, ଦୁଇଟି ଜିଲ୍ଲାର ଯାତାୟାତ ର ମାଧ୍ୟମ ହେଲା ଆମ୍ବାପାଣି ଘାଟି ରାସ୍ତା,ଚନ୍ଦାହାଣ୍ଡି ଘାଟି ରାସ୍ତା ଓ ମହୁଲାପାଟାନା ଘାଟି ରାସ୍ତା କିନ୍ତୁ ତିନୋଟି ରାସ୍ତା ରେ ଯାତାୟାତ ବହୁତ ବୁଲାଣି ପଡିଥାଏ।

ଯଦି କୌଣସି ବ୍ୟକ୍ତି କୁ ଜୟପାଟଣା ଯିବାକୁ ହେଲେ ଏହି ରାସ୍ତା ମଧ୍ୟମରେ ଗଲେ ଏକ ଶହ ଦଶ କିଲୋମିଟର୍ ରୁ ଅଧିକା ବାଟ ପଡେ। ସବୁଠାରୁ କମ ଦୁରତ୍ଵ ର ରାସ୍ତା ହେଲା ଢୁଲୁଘାଟ ରାସ୍ତା ଏହି ରାସ୍ତା ରେ ନବରଙ୍ଗପୁର ଠାରୁ ଜୟପାଟଣା ର ଦୁରତ୍ଵ ମାତ୍ର ୪୫ କିଲୋମିଟର୍ କିନ୍ତୁ ଏହି ରାସ୍ତା କେବଳ ଗ୍ରୀଷ୍ମ ଓ ଶୀତ ଋତୁ ରେ କିଛି ଦିନ ପାଇଁ ଖୋଲେ ଭାଲୁଝୋର ପାହାଡି ନାଳ ପାଈଁ ବର୍ଷା ଦିନରେ ବନ୍ଦ ରୂହେ।

ନାଳ ଉପରେ ଯାତାୟାତ ପାଇଁ ପୋଲ ଟେ ନିର୍ମାଣ ହୋଇଥିଲା ହେଲେ ପାହାଡି ନଈର ପ୍ରଖର ତ୍ସୋତ ର ମାଡ ସହି ନପାରି ପୋଲ ର ଆପ୍ରୋଚ ରୋଡ଼ ଧୋଇ ହେଇଗଲା ପ୍ରାୟ ଚାରି ବର୍ଷ ତଳେ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ମରାମତି ହୋଈ ନାହିଁ ତେଣୁ କଳାହାଣ୍ଡି ର ଜୟପାଟଣା ବ୍ଲକ କୁ ଯିବାକୁ ଅଯଥା ସମୟ ଓ ଅର୍ଥ ଖର୍ଚ୍ଚ କରୁଛନ୍ତି।


ପୂର୍ବଘାଟ ପର୍ବତମାଳା ର ପାଦଦେଶରେ କଳାହାଣ୍ଡି ଜିଲ୍ଲାର କିଛି ଗ୍ରାମ ରହିଛି ଯାହାକି ନବରଙ୍ଗପୁର ଜିଲ୍ଲାର ଗ୍ରାମ ଭଳି ମନେହୁଏ, ଏହି ଗ୍ରାମର ଲୋକ ମାନେ ସରକାରୀ କାଗଜପତ୍ର ରେ କଳାହାଣ୍ଡି ଜିଲ୍ଲାର କିନ୍ତୁ ପରିବାର, ସମ୍ପର୍କୀୟ , ଶିକ୍ଷା ସ୍ୱାସ୍ଥ୍ୟ ପାଇଁ ନବରଙ୍ଗପୁର ଜିଲ୍ଲା ଉପରେ ନିର୍ଭର କରନ୍ତି କିଛି ସରକାରୀ କାମ ପଡ଼ିଲେ ଜୟପାଟଣା ଯିବାକୁ ହେଲେ ଏହି ଢୁଲୁଘାଟି ରାସ୍ତା ରେ ଯାତାୟାତ କରନ୍ତି,ନବରଙ୍ଗପୁର ପାତ୍ରପୁଟ ପଂଚାୟତ ର ଝରଣଗୁଡ଼ା ଛକ ଠାରୁ ଢୁଲୁଘାଟି ରାସ୍ତାରେ ଯିବାକୁ ହୁଏ ପ୍ରାୟ ଚାରି କିଲୋମିଟର ଘାଟିରାସ୍ତା ପାର ହେବା ପରେ ଭାଲୁଝରଣ ନାଳ କଳାହାଣ୍ଡି ଜିଲ୍ଲାରେ ପଡେ ଯେଉଁଟି ସମସ୍ୟା ହୁଏ ବର୍ଷା ଦିନରେ ପାହାଡି ନଈ ପ୍ରଖର ତ୍ସୋତ ଭୟରେ କେହି ନାଳ ପାର ହୁଅନ୍ତି ନାହିଁ।

ଏହି ନାଳ ଉପରେ ପୋଲ ତିଆରି କରାଗଲେ କଳାହାଣ୍ଡି ଓ ନବରଂଗପୁର ଦୂରତ୍ବ ପ୍ରାୟ ପଚାଶ କିଲୋମିଟର କମିଯିବ ଏଣୁ ଉଭୟ କଳାହାଣ୍ଡି ଓ ନବରଂଗପୁର ଜିଲ୍ଲା ବାସୀ ଏହି ପୋଲ ଇପରେ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି।


ନବରଙ୍ଗପୁର ଜିଲ୍ଲା ପଟୁ ଝରଣଗୁଡ଼ା ଠାରୁ ଢୁଲୁଗୁଡ଼ା ଗ୍ରାମ ପର୍ୟ୍ୟନ୍ତ ପ୍ରାୟ ଦୁଇ କିଲୋମିଟର୍ ରାସ୍ତା ଅବସ୍ଥା ଆତି ଶୋଚନୀୟ ହୋଇ ପଡ଼ିଛି ଯାହା ର ମରାମତି ପାଈଁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।

ଢୁଲୁଘାଟ ରାସ୍ତା ର ଗୁରୁତ୍ୱ କୁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ ଅତି ଆବଶ୍ୟକ ବୋଲି ପ୍ରକାଶ କରିବା ସହ ଜିଲ୍ଲା ପ୍ଲାନିଗ କମିଟି ରେ ସୁପାରିଶ କରିଥିବା ସହ ଅତି ଶୀଘ୍ର ପିଚୁ ରାସ୍ତା ରେ ସଂଯୋଗ କରାଯିବ ବୋଲି ପ୍ରକାଶ କରିଛନ୍ତି।

ତେବେ ଦେଖିବାକୁ ବାକି ରହିଲା ଉଭୟ ଜିଲ୍ଲା ବାସି ଙ୍କ ଆଶା କେବେ ପୂରଣ ହେଉଛି।