
ବେଲଗୁଣ୍ଠା, ୩୦/୦୪/୨୨ ( ଜିଲ୍ଲା ଖବର ) : ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ବିଭିନ୍ନ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଜନସାଧାରଣ ତଥା ପଥଚାରୀ ଜଳକଷ୍ଟ ମଧ୍ୟ ଭୋଗୁଥିବା ଲକ୍ଷ୍ୟ କରାଯାଇଛି ।

ଏହି ଅବସରରେ ଲୋକଙ୍କ ଜଳକଷ୍ଟକୁ ପ୍ରଶମିତ କରିବା ପାଇଁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନବ ନିର୍ବାଚିତ କାଉନସିଲର୍ ମାନଙ୍କ ସହଯୋଗରେ ଜଳଛତ୍ର ଖୋଲାଯାଇଛି I

ଏହି ଅବସରରେ ଜନ ସାଧାରଣଙ୍କୁ ଦହି ପଣା ମଧ୍ୟ ବଣ୍ଟନ କରାଯାଇଥିଲା I ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ ଏବଂ ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ କାଉନସିଲର୍ ଦିବ୍ୟ ରଞ୍ଜନ ଦାଶ,ଭାସ୍କର ମହାପାତ୍ର, ରଞ୍ଜିତ କୁମାର ସାମଲ, କାହ୍ନୁ ଚରଣ ସାହୁ, ଦିଲ୍ଲୀପ୍ ଆଚାରୀ, ଜିତେନ୍ଦ୍ର ସୁବୁଦ୍ଧି,ବିଶ୍ଵନାଥ ଦଳେଇ ପ୍ରମୁଖ ପରିଚାଳନା କରିଥିଲେ ।

ଏଥିରେ ବେଲଗୁଣ୍ଠାର ଉତ୍ସାହୀ ଯୁବକମାନେ ସହଯୋଗ କରିଥିଲେ ।


