
ବେଲଗୁଣ୍ଠା , ୩୦/୦୪/୨୨ ( ଜିଲ୍ଲା ଖବର ) : ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ମରେଇପାଟ ଛକ ରେ ବସ୍ ରୁ ତରବରିଆ ଭାବେ ଓହ୍ଳାଇ ବସ୍ ର ଚକା ତଳେ ପଡ଼ି ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି I ଖବର ନେବାରେ ଜଣା ପଡ଼ିଛି ବଡଗଡରୁ ଭଞ୍ଜନଗର ଲକି ନାମକ ଏକ ଘରୋଇ ବସ୍ ରେ ବଡ଼ଗଡ଼ ଥାନା ବାଦପୁର ଗ୍ରାମର ମୋହନ ନାୟକ ଓ ସ୍ତ୍ରୀ ଅଷ୍ଟମୀ ନାୟକ (୫୫) ମରେଇପାଟ ଆସୁଥିଲେ I


ମରେଇପାଟରେ ମୋହନଙ୍କ ଭଉଣୀଙ୍କ କୌଣସୀ କାରଣରୁ ମୃତ୍ୟୁ ହୋଇଥିଲା I ତାଙ୍କର ୯ ଦିନର ପଣା କାର୍ଯ୍ୟ ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଯୋଗ ଦେବାକୁ ଆସୁଥିଲେ I ସକାଳ ୯ ଘଣ୍ଟା ୩୦ ମିନିଟ୍ ସମୟରେ ଗାଡିଟି ମରେଇପାଟ ଛକରେ ରେ ପହଞ୍ଚିବା ବେଗ କମାଉଥିବା ବେଳେ ଗାଡ଼ି ଚାଲୁଥିବା ସମୟରେ ମୋହନ ଓହ୍ଳାଇ ପଡିଥିଲେ I ମୋହନ ଓହ୍ଳାଇ ପଡିବା ପରେ ତାଙ୍କ ପଛେ ପଛେ ତାଙ୍କ ସ୍ତ୍ରୀ ଅଷ୍ଟମୀ ନାୟକ ମଧ୍ୟ ଓହ୍ଲାଇ ପଡିଥିଲେ I

କିନ୍ତୁ ଅଷ୍ଟମୀ ଅସାବଧାନତା ବଶତଃ ତଳେ ପଡ଼ିଯାଇଥିଲେ ଏବଂ ବସ୍ ର ପଛ ଚକ ତାଙ୍କ ଦେହ ଉପରେ ଚାଲି ଯାଇଥିଲା I ଯାହା ଫଳରେ ଅଷ୍ଟମୀ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ I ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଗାଡ଼ି ମାଲିକଙ୍କୁ କିଛି ଆର୍ଥିକ ସାହାଯ୍ୟ ଦେବାପାଇଁ ନିବେଦନ କରିଥିଲେ I




