
ଆସିକା , ୨୯/୦୪/୨୨ ( ଜିଲ୍ଲା ଖବର ) : ବିଷଧର ସାପ ସହିତ ଚାଲିଛି ଗାଁ ଦାଣ୍ଡରେ ନାଚ l ଗୋଟିଏ କି ଦୁଇଟି ନୁହଁ ୪ ଟି ସାପ କୁ କାନ୍ଧରେ ଧାରୀ ନାଚ କରୁଛନ୍ତି କଳାକାର l

ଛୋଟ ପିଲା ଠୁ ଆରମ୍ଭକରି ବୟସ୍କ ସମସ୍ତେ ଦେଖୁଛନ୍ତି ଏହି ନାଚ l ଏମିତି ଏକ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି ।

ତେବେ ସଠିକ ଭାବେ କେହୁଁ ସ୍ଥାନରେ ଏହି ନାଚ ପ୍ରଦର୍ଶନ ହେଉଥିଲା ତାହାର ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା କର୍ପୁର ନୂଆଗାଁ ରେ

ଗତ ଦୁଇଦିନ ତଳେ ହୋଇଥିବା ନାଚରେ ଏହିଭଳି ସାପକୁ ନେଇ ନାଚ ପ୍ରଦର୍ଶନ କରାଯାଇଥିବା କୁହାଯାଉଛି l

ଏଠି ସହ ସହ ଲୋକଙ୍କ ଆଗରେ ବନ୍ୟଜନ୍ତୁ ମାନଙ୍କୁ କିଭଳି ଯାତ୍ରାରେ ବିପଦ ଜନକ ଭାବେ ବ୍ୟବହାର କରାଗଲା l ବନବିଭାଗ କାହିଁକି ଚୁପ ରହିଛି ତାହାକୁ ନେଇ ଉଠିଛି ପ୍ରଶ୍ନ l


